୨ ଲକ୍ଷ ଟଙ୍କା ପାଇଁ ବଧୂହତ୍ୟା ଅଭିଯୋଗ,ସ୍ବାମୀକୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | May 29, 2024 IST

ବ୍ରହ୍ମପୁର ୨୯/୫: ୨ଲକ୍ଷ ଟଙ୍କା ଯୌତୁକ ଦେଇପାରିଲୁନି ବୋଲି ଝିଅକୁ ଶାଶୁ ଘର ଲୋକେ ମିଳିମିଶି ମାରିଦେଲେ । ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ନିମପୋଲି ଗାଁର କେ.ରଘୁନାଥ । ତାଙ୍କ ଝିଅ କେ.ନମିତା ପାତ୍ର ଗତବର୍ଷ ରମ୍ଭା ଥାନା ବେଣୁଗୌରି ଗାଁର କେ.ସନ୍ତୋଷ ପାତ୍ରଙ୍କୁ ବିବାହ କରିଥିଲେ । ବିବାହର ୨ମାସ ପରେ ୨ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଗାଁରେ ଅନେକ ଥର ବୈଠକ ବସି ଝଗଡାର ସମାଧାନ ହୋଇଥିଲେ ମଧ୍ୟ ଜୀବନ ପ୍ରତି ଭୟ ଥିବାରୁ ବାପଘରେ ରହୁଥିଲେ କେ.ନମିତା ।

ତେବେ ଗତ ୨୭ତାରିଖରେ ଆଉ ନିର୍ଯାତନା ଦେବୁନାହିଁ ବୋଲି ପ୍ରତିଶୃତି ଦେଇ କେ.ନମିତାଙ୍କୁ ଘରକୁ ଫେରାଇ ଆଣିଥିଲେ ଶାଶୁ ଘର ଲୋକ । ଆଉ ୨୮ ତାରିଖରେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରମ୍ଭା ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ହତ୍ୟା ଅଭିଯୋଗ ଆଧାରରେ ସ୍ବାମୀ ସନ୍ତୋଷକୁ ଅଟକ ରଖି ପଚରାଉଚରା କରୁଛି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.