ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହଙ୍କ ଇସ୍ତଫା ନେଇ ଇମ୍ଫାଲ୍‌ରେ ହାଇ ଡ୍ରାମା

Published By : Prameya-News7 Bureau | June 30, 2023 IST

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହଙ୍କର ଇସ୍ତଫାପତ୍ରକୁ ଚିରି ଦେଲେ ମହିଳା ଆନ୍ଦୋଳନକାରୀ। ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେଇ ବରଂ ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମହିଳାମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କଥା ଶୁଣି ଇମ୍ଫାଲ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଫିସ୍‌ ଓ ସଚିବାଳୟ ବାହାରେ ମହିଳାମାନେ ଆନ୍ଦୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେବାକୁ ସେମାନେ ଅନୁରୋଧ କରିଥିଲେ।

ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ଆଜି ରାଜ୍ୟପାଳ ଅନୁସୂୟା ଉକିଇଏଙ୍କ ପାଖକୁ ଯିବାର ଥିଲା। ହେଲେ ମହିଳାମାନେ ରାସ୍ତା ଅରୋଧ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଇ ପାରି ନଥିଲା। ଶେଷରେ ଆନ୍ଦୋଳନରତ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ର ଚିରି ଦେଇଥିବା ଭିଡିଓରେ ଭାଇାଲ୍ ହେଉଛି।

{"width":839,"height":472}

ପଢ଼ନ୍ତୁ-ଭାରତରେ ହେବାକୁ ଥିବା SCO ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ପୁଷ୍ଟିକଲେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କୁ ଇସ୍ତଫା ଦେବାକୁ କିମ୍ବା କେନ୍ଦ୍ର ହସ୍ତକ୍ଷେପ କରି କ୍ଷମତା ନେବାର ବିକଳ୍ପ ଦିଆଯାଥିଲା। ତେଣୁ ବାଧ୍ୟ ହୋଇ ବିରେନ୍ ସିଂହ ଇସ୍ତଫା ଦେଇବାକୁ ବାହାରୁଥିବା ବେଳେ ଏଭଳି ଘଟିଛି।

ସୂଚନା ଥାଉକି ମଣିପୁରରେ ଜାତିଗତ ହିଂସା ଜାରି ରହିଛି। ମଣିପୁରରେ ମୈଇତେଇ ସମ୍ପ୍ରଦାୟକଙ୍କୁ ଏସ୍‌ଟି ମାନ୍ୟତା ଦେବା ବିରୋଧରେ ମେ ୩ ତାରିଖରେ ଆଦିବାସୀ ଏକତା ଶୋଭାଯାତ୍ରା ବାହାରି ଥିଲା। ଏହାପରେ ରାଜ୍ୟରେ ହିଂସା ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ଗଲାଣି। ହେଲେ ନାଁ ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ବି ମଣିପୁର ହିଂସାକୁ ରୋକିପାରିବାରେ ସଫଳ ହୋଇପାରି ନାହାନ୍ତି।

Manipur Chief Minister Biren Singh Likely to Step Down Amid Ongoing  Violence - Oneindia News

ଏହି ଖବରଟିକୁ ବି ପଢ଼ନ୍ତୁ- ମଣିପୁରରେ ରାହୁଲ ଗାନ୍ଧି; ଦ୍ଵିତୀୟ ଦିନରେ ମୈଇତି ସମ୍ପ୍ରଦାୟ ଲୋକଙ୍କ ସହ କଲେ ଆଲୋଚନା

ଅନ୍ୟପଟେ ବୁଧବାର ଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଅଛନ୍ତି। ସେଠାରେ ସେ ପୀଡ଼ିତମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦଙ୍ଗାପ୍ରବଣ ସ୍ଥାନ ବୁଲି ଦେଖିଛନ୍ତି। ତେବେ ଗତକାଲି ରାହୁଲଙ୍କ କାର୍କେଡ୍‌କୁ ସୁରକ୍ଷା ଆଳ ଦେଖାଇ ଛାଡ଼ି ନଥିଲେ ସୁରକ୍ଷା କର୍ମୀ। ଏହାପରେ ରାହୁଲ ହେଲିକପ୍ଟରରେ ଯାଇଥିଲେ। ସେହି ଦିନ ରାତିରେ ମିଲ୍ଲୀରେ ଥିବା ବିଜେପି ଅଫିସ୍‌ ଉପରେ ଆକ୍ରମଣ କରିଥିଲେ ଦଙ୍ଗାକାରୀ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.