ଭୁବନେଶ୍ୱର ୧୦।୧୧ : ଭଡ଼ା ଘରୁ ମହିଳାଙ୍କ ମୃତଦେହ ଠାବ । ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ଥିବା ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି । ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ମୃତ ମହିଳାଙ୍କ ଘର ପୁରୀ ଅଞ୍ଚଳର । ସେ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଆଉ ସ୍ୱାମୀଙ୍କ ସହ ଖାରବେଳନଗର ଅଞ୍ଚଳରେ ରହୁଥିଲେ । ହେଲେ ଏବେ ସେହି ଭଡ଼ା ଘରୁ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି । ତେବେ ବର୍ତ୍ତମାନ ଯାଏଁ ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେବାର ମଧ୍ୟ ସୂଚନା ମିଳିଛି ।