ଭୁବନେଶ୍ବର: ମହିଳା ହକି ଇଣ୍ଡିଆ ଲିଗରେ ଓଡ଼ିଶା ଓ୍ବାରିୟର୍ସ ଚାମ୍ପିଅନ୍ । ପ୍ରଥମ ସଂସ୍କରଣରେ ବାଜି ମାରିନେଇଛି ଦଳ । ସୁରମା ହକି କ୍ଲବ୍କୁ ୨-୧ ଗୋଲରେ ମାତ୍ ଦେଇ ଟାଇଟଲ୍ ଜିତିନେଇଛି । ଫାଇନାଲ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ରୁତୁଜା ଦାସାସୋ ପିସଲ୍ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ସେ ଦୁଇଟି ଗୋଲ୍ କରି ଦଳକୁ ବିଜୟ ଦେଇଛନ୍ତି ।
ରବିବାର ରାଞ୍ଚି ଷ୍ଟାଡିୟମରେ ମହିଳା ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ ମୁକାବିଲା ହୋଇଥିଲା । ଟାଇଟଲ୍ ଲଢ଼େଇ ପାଇଁ ଦୁଇ ଫାଇନାଲିଷ୍ଟ ଦଳ ଓଡ଼ିଶା ଓ୍ବାରିୟର୍ସ ଏବଂ ସୁରମା ହକି କ୍ଲବ୍ ପଡ଼ିଆକୁ ଓହ୍ଲାଇଥିଲେ । ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା ମ୍ୟାଚ୍ । ଓଡ଼ିଶା ଓ୍ବାରିୟର୍ସ ପ୍ରଥମ ଗୋଲ୍ ୨୮ ମିନିଟ୍ରେ ଏବଂ ଦ୍ବିତୀୟ ଗୋଲ୍ ୫୬ ମିନିଟରେ ଦେଇଥିଲା ଦଳ । ଉଭୟ ଗୋଲ୍ ରୁତୁଜା ଦାସାସୋ ପିସଲ୍ ଦେଇ ଦଳର ଚାମ୍ପିଅନ୍ ହେବା ରାସ୍ତା ସଫା କରିଥିଲେ । ସୁରମା ହକି କ୍ଲବ୍ ପକ୍ଷରୁ ପେନି ସାକ୍ୟୁବ୍ ଗୋଟିଏ ଗୋଲ୍ ଦେଇ ଦଳ ସମ୍ମାନ ରକ୍ଷା କରିଥିଲେ । ଶେଷ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା, ହେଲେ ସୁରମା ସ୍କୋରକୁ ବରାବର କରି ପାରିନଥିଲା । ଫଳରେ ୨-୧ ଗୋଲରେ ଓଡ଼ିଶା ଓ୍ବାରିୟର୍ସ ମ୍ୟାଚ୍ ଜିତି ମହିଳା ହକି ଇଣ୍ଡିଆ ଲିଗ୍ ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ।
ମହିଳା ହକି ଇଣ୍ଡିଆ ଲିଗ୍ ପ୍ରଥମ ସଂସ୍କରଣ ଗତ ଜାନୁଆରୀ ୧୨ ତାରିଖରୁ ରାଞ୍ଚିରେ ଆରମ୍ଭ ହୋଇଥିଲା । ମୋଟ୍ ୪ଟି ଦଳ ଭାଗ ନେଇଥିଲେ । ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଜୟ ଅଭିଯାନ ଆରମ୍ଭ କରିଥିବା ଓଡିଶା ୱାରିୟର୍ସ । ଫାଇନାଲରେ ପହଞ୍ଚି ସୁରମା ହକି କ୍ଲବକୁ ମାତ୍ ଦେଇଛି । ଅଧିନାୟିକା ନେୟା ଗୋଏଲଙ୍କ ନେତୃତ୍ବରେ ଓଡିଶା ୱାରିୟର୍ସ ଟାଇଟଲ ତାଜ୍ ପିନ୍ଧିଛି ।...