ନୂଆଦିଲ୍ଲୀ: ବିଶ୍ୱ ବିମାନ ସେବାର ରାଙ୍କି ରିପୋର୍ଟ ସାମ୍ନାକୁ ଆସିଛି। କାହାର ବିମାନ ସେବା କେତେ ଉନ୍ନତ ଓ କେତେ ଖରାପ ତାର ରିପୋର୍ଟ ପ୍ରକାଶ କରିଛି ଏୟାରହେଲ୍ପ ଆଇଏନ୍ସି(AirHelp Inc) ସଂସ୍ଥା। ଭଲରେ ତ କୌଣସି ଭାରତୀୟ ଏୟାର ଲାଇନ ନାହିଁ ତେବେ ଖରାପ ରାଙ୍କିଂରେ କିନ୍ତୁ ଭାରତର ଏକ ଏୟାର ଲାଇନ ସ୍ଥାନ ପାଇଛି। ତାହା କିଏ ଜାଣିବା ପୂର୍ବରୁ ପ୍ରଥମେ ଜାଣି ରଖନ୍ତୁ ଏହି ଭଲ ଖରାପର ମାନ କିଭଳି ନିର୍ଣ୍ଣୟ କରାଯାଇଛି।
ଯଥା ସମୟରେ ପ୍ରଦର୍ଶନ,ସମସ୍ୟା ନେଇ ଗ୍ରାହକଙ୍କ ଅଭିଯୋଗ,ଖାଇବା, ଆରାମଦାୟକତା, ଏବଂ ସେବା ଆଦିର ଗ୍ରାହକଙ୍କ ମତକୁ ନେଇ ଏହି ସର୍ଭେ ତିଆରି କରାଯାଇଛି। ଗ୍ରାହକଙ୍କ ଅଭିଜ୍ଞତା, କାର୍ଯ୍ୟକ୍ଷମ ଦକ୍ଷତା ଏବଂ ମତାମତକୁ ମୂଲ୍ୟାଙ୍କନ କରୁଥିବା ଏକ ବିସ୍ତୃତ ପଦ୍ଧତି ଉପରେ ଆଧାର କରି ୨୦୨୪ ଏୟାରହେଲପ ସ୍କୋର ରିପୋର୍ଟ ପ୍ରକାଶ କରିଛି। ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଡାଟା ନିଆଯାଇଛି। ଏୟାରହେଲ୍ପର ସିଇଓ ତୋମାସ୍ଜ ପାୱଲିସଜାଏନଙ୍କ କହିବା ଅନୁସାରେ, ଗ୍ରାହକଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଏହି ସର୍ଭେର ମୁଖ୍ୟ ଲକ୍ଷ।
ଏବେ ଆସନ୍ତୁ ଜାଣିବା ଭାରତର କେଉଁ ବିମାନ କମ୍ପାନୀ ଭଲରେ ନୁହେଁ ଖରାପ ତାଲିକାରେ ରହିଛି।
ଭାରତର ସବୁଠାରୁ ଶସ୍ତା ମାର୍କେଟ ଶେୟାର ଅନୁସାରେ ଦେଶର ସବୁଠାରୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ବିଶ୍ୱ ଖରାପ ଏୟାର ଲାଇନ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଇଣ୍ଡିଗୋର ରାଙ୍କ ଅତି ଖରାପ ୧୦୩ ରେ ରହିଛି। ଗ୍ରାହକଙ୍କ ଅସନ୍ତୋଷ ଓ ଉଡ଼ାଣରେ ବିଳମ୍ବତା ଯୋଗୁ ଏହି ବିମାନସେବା ପ୍ରଦାନକାରୀ କମ୍ପାନୀକୁ ଏତେ ଖରାପ ରାଙ୍କ ମିଳିଛି। ଅନ୍ୟପଟେ ଇଣ୍ଡିଗୋର କହିବା କଥା ହେଲା ଆମେ ନିୟମିତ ଭାବରେ ସାମୟାନୁବର୍ତ୍ତିତା ଦିଗରେ ଭଲ କାମ କରୁଛି। ତେଣୁ ବୁଧବାର ସର୍ଭେ ରିପୋର୍ଟକୁ ଖଣ୍ଡନ କରିଛି ଇଣ୍ଡିଗୋ।
ଏନେଇ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି
ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ସର୍ଭେରେ ପ୍ରକାଶିତ ତଥ୍ୟ ଭାରତରୁ ସାମ୍ପଲ ସାଇଜ ରିପୋର୍ଟ କରେ ନାହିଁ। ବିଶ୍ୱ ବିମାନ ଶିଳ୍ପ ଦ୍ୱାରା ବ୍ୟବହୃତ ପଦ୍ଧତି କିମ୍ବା କ୍ଷତିପୂରଣ ନିର୍ଦ୍ଦେଶାବଳୀକୁ ମଧ୍ୟ ବିଚାରକୁ ନିଏ ନାହିଁ। ଯାହା ଏହାର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଇଣ୍ଡିଗୋ କହିଛି।।
୨୦୨୪ର ସବୁଠାରୁ ଖରାପ ବିମାନ କମ୍ପାନୀ
୧୦୦. ସ୍କାଏ ଏକ୍ସପ୍ରେସ୍
୧୦୧. ଏୟାର ମରିସସ୍
୧୦୨. ତାରୋମ
୧୦୩ . ଇଣ୍ଡିଗୋ
୧୦୪. ପେଗାସସ୍ ଏୟାରଲାଇନ୍ସ
୧୦୫. ଇଆଇ ଇସ୍ରାଏଲ୍ ଏୟାରଲାଇନ୍ସ
୧୦୬. ବୁଲଗେରିଆ ଏୟାର
୧୦୭. ନୌଭେଲାର
୧୦୮. ବଜ୍
୧୦୯. ଟ୍ୟୁନିସର
୨୦୨୪ର ସର୍ବୋତ୍ତମ ବିମାନ କମ୍ପାନୀ
୧୦. ଏୟାର ସର୍ବିଆ
୯.ୱାଇଡେରୋ
୮.ଏୟାର ଆରବିୟା
୭. ଲଟ ପୁଲିସ ଏୟାରଲାଇନ୍ସ
୬ ଅଷ୍ଟ୍ରିଆନ ଏୟାରଲାଇନ୍ସ
୫ ପ୍ଲେ(ଆଇସଲାଣ୍ଡ)
୪. ଆମେରିକାନ ଏୟାରଲାଇନ୍ସ
୩.ୟୁନାଇଟେଡ୍ ଏୟାରଲାଇନ୍ସ
୨,କତାର ଏୟାରୱେସ୍
୧.ବ୍ରୁସେଲ୍ସ ଏୟାରଲାଇନ୍ସ
ଏହି ତାଲିକାରେ କାନାଡ଼ା ଏୟାର କ୍ୟାରିଯର ଟ୍ରାନ୍ସଟ ତାଲିକାରେ ୩୬ ନମ୍ବର ସ୍ଥାନରେ ଥିବା ବେଳେ ଡେଲ୍ଟ ଏୟାର ଲାଇନ୍ସ ୧୭ ତମ ସ୍ଥାନକୁ ଖସି ଆସିଛି। ଜେଟବ୍ଲୁ ଓ ଏୟାର କାନାଡ଼ା ୫୦ ସ୍ଥାନରେ ଥିବା ବେଳେ ଅଲାସ୍କା ଏୟାରଲାଇନ୍ସ ୮୮ ସ୍ଥାନରେ ରହିଛି।