ମହାବିନାୟକ ପୀଠରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା

Published By : Prameya-News7 Bureau | September 07, 2024 IST

ଚଣ୍ଡିଖୋଲ ୭।୯: ଧୁମଧାମରେ ଚାଲିଛି ଗଜାନନଙ୍କ ପୂଜାର୍ଚ୍ଚନା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମହାବିନାୟକ ପୀଠରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଛି । ଅନେକ ଭକ୍ତ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଗଣେଶ ପୂଜା ଅବସରରେ ଏହି କ୍ଷେତ୍ର ଚଳଚଞ୍ଚଳ ଦେଖିବାକୁ ମିଳିଛି । ସକାଳୁ ସକାଳୁ ନୀତିକାନ୍ତି ସହ ପୂଜା ଆଳତୀ ଓ ପୁଷ୍ପାଞ୍ଜଳି ଦିଆ ଯାଇଥିବା ବେଳେ ବିଶେଷ କରି ପ୍ରଭୁ ଗଣେଶଙ୍କୁ ଖସା ଲଡୁ, ଦୁବ, ରକ୍ତ ବର୍ଣ୍ଣ ପୁଷ୍ପ ପ୍ରଦାନ କରି ଦର୍ଶନ କରି ଶରଣାପନ୍ନ ହୋଇଥିଲେ । ବିଶ୍ୱାସ ଅଛି ଆଜି ଦିନରେ ଏହି ମହାବିନାୟକ ପୀଠରେ ଶ୍ରୀ ଗଣେଶଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୁଏ ।


You Can Read:

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ : ମେୟର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.