ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ : ମେୟର

Published By : Prameya-News7 Bureau | September 07, 2024 IST

ଭୁବନେଶ୍ବର ୭।୯: ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା ହାତ ଖର୍ଚ୍ଚରେ ଚାଲିଯିବ ବୋଲି ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି । ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦ ହଜାର ଟଙ୍କା ୨ ବର୍ଷରେ ଦେବେ ବୋଲି କହିଥିଲେ । ଯଦି ୨ ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା । ପୂର୍ବ ସରକାର ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ଦେଢ଼ ଲକ୍ଷ ଟଙ୍କା ଦେବା ସହିତ ମୁକ୍ତା ଯୋଜନାରେ ବହୁ ମହିଳାଙ୍କୁ ଟଙ୍କା ଦେଇଥିଲେ । କାମରେ ଆସୁଥିଲା । ଦୁଇ ବର୍ଷରେ ସବୁ ଟଙ୍କା ଦେଲେ ମହିଳାଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଭୁବନେଶ୍ୱର ମେୟର କହିଛନ୍ତି ।

You Can Read:

ମହିଳା କାଉନସିଲର ଓ ୨ ନାବାଳିକା ଝିଅଙ୍କୁ ଅପହରଣ ! ଥାନାରେ ଅଭିଯୋଗ କଲେ ସ୍ବାମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.