ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ

Published By : Prameya-News7 Bureau | December 14, 2024 IST

ଭୁବନେଶ୍ବର ୧୪।୧୨: ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ଥରୁଛି ସାରା ଓଡିଶା । ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ  ବିଭାଗ । ଆଗାମୀ ୨ ଦିନ ଯାଏଁ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି  ବିଭାଗ । ସେହିପରି ରବିବାର ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୨ ଜିଲ୍ଲାରେ ଶୀତର ଲହରୀ ପାଇଁ  ୟେଲୋ  ଓ୍ବାର୍ଣ୍ଣିଂ  ଜାରି କରିଛି  ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । 


ସେପଟେ   ଆଗାମୀ ୩ ଦିନ ପାଇଁ  ସର୍ବନିମ୍ନ ତାପମାତ୍ରାରେ  ପରିବର୍ତ୍ତନ ହେବାର   ନାହିଁ । ପରେ ୨ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଅଛି । ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି । ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି । ଫଳରେ ଆକାଶ ମେଘୁଆ ସହ କାଁ ଭାଁ ବର୍ଷା   ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। 

ସେହିପରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଖୋର୍ଦ୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ୨୦ ତାରିଖ ପରଠୁ ପାଗରେ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

You Can Read:


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.