ନୂଆଦିଲ୍ଲୀ ୧୯/୦୨: ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ୨୦୨୫ । ୧୯ ଫେବୃୟାରୀ ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ପାକିସ୍ତାନ-ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ମାର୍ଚ୍ଚ ୯ରେ ଖେଳାଯିବ । ଭାରତୀୟ ଟିମ୍ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ ୨୦ ଫେବୃୟାରୀ ବାଂଲାଦେଶ ବିପକ୍ଷରେ । ଏଥିପାଇଁ ଟିମ୍ ଇଣ୍ଡିଆ ଦୁବାଇ ପହଞ୍ଚି ଆରମ୍ଭ କରିଛି ପ୍ରାକ୍ଟିସ୍ ।
ଏହାରି ଭିତରେ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ UAEର ଜଣେ ବୋଲରଙ୍କ ସହ କଥା ହେଉଛନ୍ତି । କେବଳ କଥା ନୁହେଁ ଦୁବାଇ ବୋଲରଙ୍କ ବି ଭୁରି ଭୁରି ପ୍ରଶଂସା କରୁଛନ୍ତି । ରୋହିତ ମଜାଳିଆ ଅନ୍ଦାଜରେ କହୁଛନ୍ତି କି, କ୍ଲାସ ବୋଲର ଆପଣ ଆମ ଜୋତା, ଗୋଡ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଇନସ୍ୱିଙ୍ଗ ୟର୍କର ମାରି ଆମକୁ ଆହତ କରିଦେବ । ବହୁତ ବଢିଆ ଲାଗିଲା । ଏମିତି ଖେଳ ଜାରି ରହୁ ।
ଚାମ୍ପିଅନ୍ସ ଟ୍ରଫି ବାଂଲାଦେଶ ପରେ ଭାରତୀୟ ଟିମ୍ର ଦ୍ୱିତୀୟ ମୁକାବିଲା ପାକିସ୍ତାନ ବିରୋଧରେ ହେବ । ଏହି ମ୍ୟାଚ୍ ୨୩ ଫେବୃୟାରୀ ଦୁବାଇରେ ଖେଳାଯିବ । ଏହା ପରେ ଭାରତୀୟ ଟିମ୍ ଗ୍ରୁପ୍ ଷ୍ଟେଜ୍ ରେ ନିଜର ଶେଷ ଅର୍ଥାତ୍ ତୃତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ମାର୍ଚ୍ଚ ୨ରେ ଖେଳାଯିବ ଏହି ମ୍ୟାଚ୍ । ନ୍ୟୁଜିଲାଣ୍ଡ ଭାରତ ପାଇଁ ଏହା ଗୋଟିଏ ବଡ ଚ୍ୟାଲେଞ୍ଜ ହେବ ।