ରୋହିତଙ୍କ ଡବଲ ରେକର୍ଡ: ପଛରେ ପଡ଼ିଲେ ଧୋନୀ, ସଚିନ ଓ ବିରାଟ

Published By : Prameya-News7 Bureau | February 20, 2025 IST

indiatoday

ନୂଆଦିଲ୍ଲୀ: ଦିନିକିଆ ଫର୍ମାଟ୍‌ରେ ଦ୍ରୁତ ୧୧ ହଜାର ରନ୍‌ ପୂରା କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର ହେଲେ ରୋହିତ ଶର୍ମା। ଗୁରୁବାର(ଫେବ୍ରୁଆରୀ ୨୦) ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବାଂଲାଦେଶ ବିପକ୍ଷରେ ଖେଳି ଏହି ସଫଳତା ହାସଲ କରିଛନ୍ତି ରୋହିତ। 
ରୋହିତ ଦିନିକିଆ ଫର୍ମାଟ୍‌ରେ ୨୬୧ ଟି ଇନିଂସ ଖେଳି ୧୧ ହଜାର ରନ୍ ପୂରା କରିଛନ୍ତି। ରୋହିତଙ୍କ ଏହି ସଫଳତାରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର ବି ପଛରେ ପଡ଼ି ଯାଇଛନ୍ତି। ସଚିନ ୨୭୬ ଇନିଂସ ଖେଳି ଏହି ଟାର୍ଗେଟ୍ ହାସଲ କରିଥିଲେ। ତେବେ ଦିନିକିଆରେ ଦ୍ରୁତ ୧୧ ହଜାର ରନ୍ ପୂରା କରିବାରେ ବିଶ୍ୱରେ ପ୍ରଥମ ସ୍ଥାନରେ ଅଛନ୍ତି ବିରାଟ କୋହଲି। କୋହଲି ମାତ୍ର ୨୨୨ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି।

ରୋହିତ ଦିନିକିଆ ଫର୍ମାଟ୍‌ରେ ୧୧ ହଜାର ରନ ପୂରା କରିବାକୁ ଆମ ମାତ୍ର ୧୨ ରନ୍‌ର ଆବଶ୍ୟକ ରହିଥିଲା। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମୁସ୍ତାଫିଜୁର ରହମାନ ବଲ୍‌ରେ ବାଉଣ୍ଡ୍ରି ମାରି ସେ ଏହି ସଫଳତା ହାସଲ କରିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶୁଭମନ ଗିଲ୍‌ଙ୍କ ସହିତ ଓପନିଂ କରିଥିଲେ। ପୁରୁଣା ଶୈଳୀରେ ଆକ୍ରାମକ ବ୍ୟାଟିଂ ରି ରୋହିତ ୩୬ ବଲ୍‌ରେ ୪୧ ରନ୍ କରି ଆଉଟ୍ ହୋଇଥିଲେ। ଆଜି ତାଙ୍କୁ ତସ୍କିନ୍‌ ଅହମଦ କ୍ୟାଚ୍ ଆଉଟ୍ କରିଥିଲେ। 

ପଢନ୍ତୁ- ରୋହିତ୍ ଶର୍ମା ରଚିଲେ ଇତିହାସ, ଧୋନୀଙ୍କୁ ପଛରେ ପକାଇ ହେଲେ ଏହି ରେକର୍ଡର ଅଧିକାରୀ

ଆଜିର ମ୍ୟାଚ୍‌ରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି କ୍ୟାପ୍ଟେନ ରୋହିତ। ଚାମ୍ପିୟନ ଟ୍ରଫି ୨୦୨୫ ଖେଳି ନିଜ କ୍ୟାରିୟରରେ ୧୫ତମ ଆଇସିସି ଲିମିଟେଡ୍ ଓଭର ଇଭେଣ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି ହିଟ୍ ମ୍ୟାନ୍‌। ଏପରି କରି ସେ ଭାରତ ପାଇଁ ସବୁଠୁ ଅଧିକ ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିବାର ପ୍ରଥମ ଖେଳାଳି ହୋଇଛନ୍ତି। ୨୦୦୭ରେ ନିଜର ଇଣ୍ଟରନ୍ୟାସନାଲ୍ କ୍ୟାରିୟର ଆରମ୍ଭ କରିଥିବା ରୋହିତ ରୋହିତ୍। ପ୍ରଥମ ମ୍ୟାଚ୍ ଆଇସିସି ଇଭେଣ୍ଟ ୨୦୦୭ ଟି-୨୦ ବିଶ୍ୱକପରେ ଖେଳିଥିଲେ। 

ଏହା ପୂର୍ବରୁ ଏହି ରେକର୍ଡ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁରେ ଥିଲା । ସେ ଭାରତ ପାଇଁ ୧୪ଟି ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିଥିଲେ ।

ଦିନିକିଆ ଫର୍ମାଟ୍‌ରେ ଦ୍ରୁତ ୧୧ ହଜାର ରନ ପୂରା କରିଥିବା ବ୍ୟାଟରମାନେ ହେଲେ 
ବିରାଟ କୋହଲି – ୨୨୨ ଇନିଂସ (୨୦୧୯ ପାକିସ୍ତାନ ବିପକ୍ଷରେ, ମାଞ୍ଚେଷ୍ଟର)
ରୋହିତ ଶର୍ମା – ୨୬୧ ଇନିଂସ (୨୦୨୫ ବାଂଲାଦେଶ ବିପକ୍ଷରେ, ଦୁବାଇ)
ସଚିନ ତେନ୍ଦୁଲକର – ୨୭୬ ଇନିଂସ (୨୦୦୨ ଇଂଲଣ୍ଡ ବିପକ୍ଷରେ, କାନପୁର)
ରିକି ପଣ୍ଟିଂ – ୨୮୬ ଇନିଂସ (୨୦୦୮ ଭାରତ ବିପକ୍ଷରେ, ସିଡନୀ)
ସୌରଭ ଗାଙ୍ଗୁଲି – ୨୮୮ ଇନିଂସ (୨୦୦୭ ଇଂଲଣ୍ଡ ବିପକ୍ଷରେ, ବର୍ମିଂହାମ)
ଜ୍ୟାକ୍ କାଲିସ୍ – ୨୯୩ ଇନିଂସ (୨୦୧୦ ପାକିସ୍ତାନ ବିପକ୍ଷରେ, ଦୁବାଇ)


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.