ବିନିକା ୨୬।୩: ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି I ସାମାନ୍ୟ କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ଯୁଗଳ ତଣ୍ଡକାରଙ୍କୁ ଛୁରାମାଡ଼ କରାଯାଇଛି I ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁଗଳ ତଣ୍ଡକାରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଛୁରା ମାଡ଼ ଯୋଗୁ ଯୁଗଳ ତଣ୍ଡକାରଙ୍କ ଛାତି ଓ ପେଟରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି I
ଯୁଗଳ ତଣ୍ଡକାରଙ୍କୁ ସେହି ଗ୍ରାମର ରାଜିନ୍ଦ୍ର ମହାଲିଙ୍ଗ ନାମକ ଜଣେ ବ୍ୟକ୍ତି ଛୁରା ମାଡ କରିଥିବା ଡୁଙ୍ଗୁରିପାଳି ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି l ଛୁରା ମାଡ ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଡୁଙ୍ଗୁରିପାଳି ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
You Can Read:
ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ