ଧର୍ମଗଡ ୪।୮: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ଡମ୍ବରୁଧର ମାଝୀ ସକାଳେ ନିଜ ଚାଷ ଜମିକୁ ଯାଉଥିଲେ । ସେହି ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
You Can Read:
ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି