କୋଣାର୍କ ୭।୮: ଦେବୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ତଟବର୍ତ୍ତୀ ଗାଁ ନିକଟରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଂଚାୟତ ଏଡ଼ବାଂଶ ଗ୍ରାମ ନିକଟରେ ଦେବୀ ନଦୀ ପ୍ରଭାବିତ ହେଉଛି । ଏଡ଼ବାଂଶ ଗ୍ରାମର ଆଶିଷ ସେନାପତି ମଙ୍ଗଳବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ମଧ୍ୟରେ ନିଖୋଜ ଅଛନ୍ତି । ଘଟଣାସ୍ଥଳରୁ ଘର ଲୋକ ଚପଲ ଓ ଗାମୁଛା ଦେଖି ଜାଣିବାକୁ ପାଇଥିଲେ । ବୁଧବାର ସକାଳୁ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ୭ ଜଣିଆ ଟିମ୍ ସହ ସ୍ଥାନୀୟ ଅଞ୍ଚଳବାସୀ ମିଳିତ ଭାବେ ଦେବୀ ନଦୀରେ ଖୋଜୁଛନ୍ତି । ଦେବୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜଳ ଭିତରେ ଅଣ୍ଡର କରେଣ୍ଟ ଥିବାରୁ ଅଗ୍ନିଶମ ବାହିନୀ ଖୋଜିବାକୁ ମଧ୍ୟ କଷ୍ଟ ହେଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଦୀ ବନ୍ଧ ଏବେ ଜନସମୁଦ୍ର ଦେଖିବାକୁ ମିଳିଛି ।
You Can Read: