ଆସ୍କା ୬।୬: ନିର୍ବାଚନ ପରବର୍ତ୍ତୀ ହିଂସା । ଯୁବକଙ୍କୁ ପିଟିପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁନ୍ଦିପଲ୍ଲୀ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗ୍ରାମର ୩୫ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ମାରିଦେଲେ । ମୃତ ଯୁବକ ଜଣଙ୍କ ହେଲେ ମିଟୁ ବିଷୋୟୀ । ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
You Can Read :
ଘରୋଇ ମେଡିକାଲ ସହ MOU ଜାରି, BSKY ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ