ବିତିଗଲାଣି ୨୪ ଘଣ୍ଟା, ଏବେ ଯାଏଁ ମିଳିନି ନିଖୋଜ ଯୁବକଙ୍କ ପତ୍ତା

Published By : Prameya-News7 Bureau | October 14, 2024 IST

NEWS UPDATE

ସୁନ୍ଦରଗଡ଼ ୧୪।୧୦ : ବିତିଗଲାଣି ୨୪ ଘଣ୍ଟା । ଏବେ ଯାଏଁ ମିଳିନି ନିଖୋଜ ଯୁବକଙ୍କ ପତ୍ତା । ରବିବାର ଦିନ ସୁନ୍ଦରଗଡ଼ କାନାକୁଣ୍ଡରେ ଗାଧୋଉଥିବା ବେଳେ ଖସିଯାଇଥିଲା ଗୋଡ । ଏହାପରଠାରୁ ଯୁବକ ଜଣଙ୍କ ନିଖୋଜ ଅଛନ୍ତି । ଏବେବି ସର୍ଚ୍ଚ ଅପରେସନ ଚାଲିଛି । 

ଖବର ଅନୁଯାୟୀ, ରବିବାର ଦିନ ଦର୍ଲିପାଲ୍ଲୀ ଠାରେ ଏନ୍‌ଟିପିସି ପାଓ୍ୱାର ପ୍ଲାଣ୍ଟରେ ଚାକିରୀ କରୁଥିବା ଏକ ପରିବାର କାନାକୁଣ୍ଡ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଉଥିବା ବେଳେ ସାତ୍ତ୍ୱିକ ନାମକ ଜଣେ ଯୁବକଙ୍କ ଗୋଡ ଖସିଯାଇଥିଲା । ଯାହାଫଳରେ ସେ ନଦୀରେ ଭାସିଯାଇଥିଲେ । ତେବେ ଯୁବକ ଜଣଙ୍କ ନଦୀରେ ଭାସିଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ଆରମ୍ଭ କରିଥିଲା ଖୋଜାଖୋଜି । ବର୍ତ୍ତମାନ ଯାଏଁ ନିଖୋଜ ଘଟଣାକୁ ୨୪ ଘଣ୍ଟା ବିତିଗଲାଣି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଏବେବି ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଗତ ୨ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.