ରତନପୁର ଗାଁରେ ହତ୍ୟାକାଣ୍ଡ, ଗଣ୍ଡଗୋଳରୁ ଗଡିଲା ମନୋଜଙ୍କ ମୁଣ୍ଡ

Published By : Prameya-News7 Bureau | October 07, 2024 IST

ସୁନ୍ଦରଗଡ଼ ୦୭।୧୦ : ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁରେ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ମନୋଜ ସା ବୋଲି ଜଣାପଡିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ତିନି ଜଣ ଯୁବକଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଗଣ୍ଡଗୋଲ ହୋଇଥିଲା । ଯାହାର ପରିଣତି ହତ୍ୟାକାଣ୍ଡର ରୂପ ନେଇଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।ହତ୍ୟାକାଣ୍ଡରେ ସଂପୃକ୍ତ ସନ୍ଦେହରେ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବାକି ଫେରାର ମାରିଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ କେଉଁ କାରଣରୁ ଗଣ୍ଡଗୋଳ ଘଟିଥିଲା । ତାର ମଧ୍ୟ ତଦନ୍ତ କରୁଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.