ଶୌଚ ପାଇଁ ଯାଇଥିବା ବେଳେ ପଡିଲେ ଭାଲୁ ହାବୁଡ଼ରେ, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 06, 2024 IST

ଧର୍ମଗଡ ୬।୮: ଶୌଚ ପାଇଁ ଯାଇଥିଲେ ଆକ୍ରମଣ କଲା ଭାଲୁ । ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ନାଏକ ମଙ୍ଗଳବାର ଭୋରରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଇଥିଲେ । ନିକଟସ୍ଥ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ଦୁଇଟି ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଯୁବକ ଜଣଙ୍କ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି  l

You Can Read:

ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରର ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.