ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରର ଅଭିଯୋଗ

Published By : Prameya-News7 Bureau | August 06, 2024 IST

ଖଲ୍ଲିକୋଟ : ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ମୃତକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଂଚାୟତର ନଳୀନାକ୍ଷପୁର ଗ୍ରାମର ବୋଲି ଜଣାପଡିଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଂଚାୟତର ନଳୀନାକ୍ଷପୁର ଗ୍ରାମର ଭାସ୍କର ରଣାଙ୍କ ପୁଅ ନିରାକାର ରଣା ପାଇପ ମିସ୍ତ୍ରୀ କାମରେ ତାଲିମ ନେଇଥିଲେ । ଗତ ୧୫ଦିନ ତଳେ ଭଉଣୀ ବାହାଘର ପରେ ପରିବାର ଲୋକ ଋଣ ବୋଝରେ ବୁଡ଼ିଯାଇଥିଲେ । ତେଣୁ ଋଣ ଟଙ୍କା ପରିଶୋଧ ପାଇଁ ସେ ବେଙ୍ଗାଲୁରୁ ପଳାଇ ଯାଇଥିଲେ । ବେଙ୍ଗାଲୁରୁ ଉତ୍ତରାଲିରେ ଥିବା ଶ୍ରୀହରି କଲ୍ୟାଣ ମଣ୍ଡପ ନିକଟରେ ରହି ଏକ ସିଭିଲ କନଷ୍ଟ୍ରକସନ କମ୍ପାନୀରେ  ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ । କିଛି ଦିନ କାମ କଲା ପରେ ଘରକୁ ଅଳ୍ପ କିଛି ଟଙ୍କା ପଠାଇଥିଲେ ନିରାକାର । ସେଠାରେ ଥିବା ଗାଁର କିଛି ପିଲାଙ୍କ ସହ ସେ ରହୁଥିଲା । ସୋମବାର ରାତିରେ ନିରାକାରଙ୍କ ବଡ଼ ଭାଇଙ୍କୁ ବେଙ୍ଗାଲୁରୁ ପୋଲିସ ଫୋନ ଯୋଗେ ତାଙ୍କ ଭାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଇଥିଲେ । ଏହି ଖବର ପାଇବା ପରେ ସେ ବାପା ଭାସ୍କର ରଣାଙ୍କୁ ଜଣାଇଥିଲେ । ଏହି ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଥିଲା । 

ତେବେ ପରିବାର ଲୋକ କହିଛନ୍ତି ତାଙ୍କ ପୁଅ ଆତ୍ମହତ୍ୟା କରିବାର କୌଣସି କାରଣ ନାହିଁ । ତାଙ୍କ ପୁଅକୁ ସଙ୍ଘବଧ ଭାବେ ହତ୍ୟା ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଏ ନେଇ ଗଞ୍ଜାମ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ସ୍ଥାନୀୟ ଭେଜିଫୁଟ ଫାଣ୍ଡି ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ପୁଅର ମୃତଦେହ ଫେରାଇ ଆଣିବା ସହ ସମ୍ପୃକ୍ତ କମ୍ପାନୀ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି । ନିରାକାରଙ୍କ  ମୃତ୍ୟୁ ଖବର ପାଇବା ପରେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଥିବା ବେଳେ ପୁଅର ଫେରିଲା ବାଟକୁ ଚାହିଁ ରହିଛି ପରିବାର ।

You Can Read:

୭ରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.