ନୂଆଦିଲ୍ଲୀ: ଇରାନକୁ ଖୋଲାଖୋଲି ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ୍ୟୁକ୍ଲିୟର ସର୍ତ୍ତରେ ରାଜି ହେଇଯାଅ ନହେଲେ ଏମିତି ବୋମା ମାଡ଼ କରିବୁ ଯେ ପୂର୍ବରୁ କେବେ ଦେଖି ନଥିବ। ଆମେରିକା ଗଣମାଧ୍ୟମ ଏନ୍ବିସି ନ୍ୟୁଜ୍କୁ ସାକ୍ଷାତ୍କାର ଦେଇ ଏପରି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା ଇରାନ ସହିତ ପରମାଣୁ ବୋମାକୁ ନେଇ ଚୁକ୍ତି କରିବାକୁ ଚାହୁଁଛି। ହେଲେ ଇରାନ ଏଥିପାଇଁ ରାଜି ହେଉ ନାହିଁ। ଏନେଇ ଟ୍ରମ୍ପ ଇରାନ ସର୍ବୋଚ୍ଚ ନେତାଙ୍କୁ ନିକଟରେ ଏକ ଚିଠି ପଠାଇଥିଲେ। ହେଲେ ତେହରାନର କୌଣଶି ନେତା ସିଧା ସଳକ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲା। ତେବେ ରବିବାର ସକାଳ ଇରାନ ଆମେରିକା ସହିତ ସିଧାସଳଖ ଏ ନେଇ ଆଲୋଚନା କରିବାକୁ ମନା କରିଦେଇଥିଲା।
ପଢନ୍ତୁ- ନେପାଳରେ ହିଂସା, ଫେରିବ କି ରାଜଶାହୀ; ଓଲି ସରକାରଙ୍କ ଆକ୍ସନ ବନାମ ପ୍ରଦର୍ଶନକାରୀଙ୍କ ଅଲ୍ଟିମେଟମ୍
ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଥିଲେ ଯେ ଆମ ଦେଶ ଏହାର ପରମାଣୁ କାର୍ଯ୍ୟକ୍ରମ ବିଷୟରେ ଆମେରିକା ସହିତ ସିଧାସଳଖ ଆଲୋଚନା କରିବ ନାହିଁ। ଟ୍ରମ୍ପଙ୍କ ଚିଠିରେ ଇରାନ ପ୍ରଥମ ଥର ପାଇଁ ଏଭଳି ଖୋଲାଖୋଲି ମତ ରଖିଛି। ଯଦିଓ ଇରାନ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି, ତେବେ ରାଷ୍ଟ୍ରପତି ଆମେରିକା ସହିତ ପରୋକ୍ଷ ଆଲୋଚନାର ସମ୍ଭାବନାକୁ ଅସ୍ୱୀକାର କରିନାହାଁନ୍ତି।
ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଟ୍ରମ୍ପ ୨୦୧୮ରେ ଇରାନ ଏବଂ ବିଶ୍ୱର ଅନ୍ୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରୁ ଆମେରିକାକୁ ବାହାର କରି ନେଇଥିଲେ। ଏହି ଚୁକ୍ତିନାମାରେ ଆର୍ଥିକ କଟକଣାକୁ କୋହଳ କରିବା ବଦଳରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର କଟକଣା ଲାଗୁ କରିବାକୁ ସର୍ତ୍ତ ରହିଥିଲା। ଚୁକ୍ତିରୁ ଓହରିଯିବା ପରେ ଟ୍ରମ୍ପ ଇରାନ ଉପରେ ଏକାଧିକ କଠୋର କଟକଣା ଲାଗୁ କରିଥିଲେ।
ପଢନ୍ତୁ- ଋଷ ରାଜଧାନୀରେ ବଡ଼ଧରଣର ଆଟାକ୍, ବିସ୍ଫୋରଣରେ ଉଡ଼ିଗଲା ରାଷ୍ଟ୍ରପତି ପୁଟିନ୍ଙ୍କ କାର୍
ଏହାପରଠାରୁ, ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ୧୦୧୮ରେ ଚୁକ୍ତିରୁ ଓହିରିବା ପରେ ଆମେରିକା ଇରାନ ସେନା ମୁଖ୍ୟ କ୍ୱାସୀମ ସୁଲେମାନୀକୁ ବୋମା ପକାଇ ହତ୍ୟା କରିଥିଲା। ଯାହା ଦୁଇ ଦେଶର ଶତ୍ରୁତାକୁ ଭୟଶ୍ରଙ୍କର ଭାବେ ବଢ଼ାଇ ଦେଇଥିଲା। ଇରାନ ଟ୍ରମ୍ପ ଉପରେ ବ୍ୟକ୍ତିଗତ ଆକ୍ରମଣ କରିବ ବୋଲି ମଧ୍ୟ ଷଡ଼ଯନ୍ତ୍ର କରିଥିଲା। ଏବେ ପୁଣି ଗାଜାରେ ଇସ୍ରାଏଲ-ହମାସ ସଂଘର୍ଷରେ ଇରାନ-ସମର୍ଥିତ ଗୋଷ୍ଠୀର ନେତାମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେବା ଓ ଆମେରିକା ସମର୍ଥନ ଦେବା ଇରାନ ସହ ଶତ୍ରୁତାକୁ ବଢାଇଛି।
ବର୍ତ୍ତମାନ, ଆମେରିକା ୟେମେନରେ ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ ଏୟାରଷ୍ଟ୍ରାଇକ୍ କରୁଛି। ଇରାନର ପରମାଣୁ କାର୍ଯ୍ୟକ୍ରମ ବିରୁଦ୍ଧରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ଜାରି ରହିଛି। ତେଣୁ ଏଥିପାଇଁ ଇରାନ ସତର୍କ ରହିଛି।