ଚିତ୍ରକୋଣ୍ଡା ୨୫/୦୨: ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲେ ମାଆ । ଗୋଟିଏ ସନ୍ତାନକୁ ଜନ୍ମ ଦେଇଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି ।
ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ସୂଚନା ଥାଉକି, ସୋମବାର ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ ଛାତ୍ରୀ ଜଣକ। ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ ଛାତ୍ରୀଙ୍କ ବାପା, ମା, କିଛି ଗାଁ ଲୋକେ ମିଶି ଚିତ୍ରକୋଣ୍ଡା ପହଞ୍ଚିଥି ଝିଅଙ୍କ ବିଷୟରେ ପଚାରିବାରୁ ଝିଅ ଜଣକ ଗୋଟାଏ ଛୁଆ ଜନ୍ମ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ।
ଛାତ୍ରୀଙ୍କ ବାପା କହିବା ଅନୁଯାୟୀ ଆଜିକୁ ବର୍ଷେ ପର୍ୟ୍ୟନ୍ତ ଝିଅ ଘରକୁ ଯାଇ ନାହିଁ। ଏବଂ ଏହିଭଳି ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାରଙ୍କ ସହ କୌଣସି ଆଲୋଚନା କରିନାହିଁ। ଏହି ଘଟଣା ସଂପର୍କରେ ସ୍କୁଲ ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି।
ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହୋଇ ରହିଥିଲେ ବିଦ୍ୟାଳୟର ହୋଷ୍ଟେଲ ପରିସରରେ ଏବଂ ଏକ ଛୁଆ ଜନ୍ମ ଦେଇଥିବା କଥା କୁ ନେଇ ଜନ ସାଧାରଣରେ ଦାବି ହୋଇଛି । ତଦନ୍ତ କରି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଛାତ୍ରୀଙ୍କ ପରିବାର ସହ ବିଦ୍ୟାଲୟର ପ୍ରଧାନ ଶିକ୍ଷକ।