ଉତ୍ତରାକାଶୀ ରେସ୍କ୍ୟୁ ଅପରେସନର 'ମହାବିଜୟ': ଟନେଲରୁ ବାହାରିଲେ ସମସ୍ତ ଶ୍ରମିକ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ୧୭ ଦିନ ଯାଏ ଚାଲିଥିବା ଉଦ୍ଧାର ଅଭିଯାନ ପରେ ମଙ୍ଗଳବାର ସେହି ମଙ୍ଗଳ ମୁହୂର୍ତ୍ତ ଆସି ପହଞ୍ଚିଛି, ଯାହାକୁ ସାରା ଦେଶ ଅପେକ୍ଷା କରି ରହିଥିଲା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଫସିଥିବା ୪୧ ଶ୍ରମିକ ବାହାରକୁ ଆସିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଟନେଲ ଭିତରୁ ବାହାର କରାଯାଇଛି। ସୁଡ଼ଙ୍ଗ ଭିତରେ ଏନଡିଆରଏଫର ତିନୋଟି ଟିମ୍ ଉପସ୍ଥିତ ଅଛନ୍ତି ।

{"id":875960,"sizeSlug":"full","linkDestination":"none"}

୪୧ ଜଣ ଶ୍ରମିକଙ୍କୁ ନୂଆ ଜୀବନ ମିଳି ଥିବା ବେଳେ ଦେଶରେ ଖୁସି ଲହରୀ ଖେଳି ଯାଇଛି । ଉଦ୍ଧାର ପରେ ଟନେଲ ବାହାରେ ପୂର୍ବରୁ ନିୟୋଜିତ ଥିବା ଆମ୍ୱୁଲାନ୍ସ ଜରିଆରେ ଶ୍ରମିକଙ୍କୁ ହସ୍ପିଟାଲ ନିଆଯାଇଛି। ହସ୍ପିଟାଲରେ ସବୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ନିଜ ଘରକୁ ପଠାଯିବ।

କ’ଣ ଥିଲା ଘଟଣା

ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣଧିନ ସୁଡଙ୍ଗ ନଭେମ୍ୱର ୧୨ ରବିବାର ଭୁଶୁଡି ପଡ଼ିଥିଲା । ଯମୁନୋତ୍ରୀ ହାଇୱେରେ ଧରାସୁରୁ କସୱେ ମଧ୍ୟରେ ସିଲକୟାରାରୁ ପୋଲ ଗାଁ ଯାଏ ୪.୫ କିଲୋମିଟର ଟନେଲ ନିର୍ମାଣ ଜାରି ରହିଛି । ଦୀପାବଳି ଦିନ ଭୋର ଚାରିଟାରରେ ଶିଫ୍ଟି ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁରୁ ପ୍ରାୟ ୧୫୦ ମିଟର ଭିତରେ ଟନେଲର ୬୦ ମିଟର ଭାଗ ଭୁଶୁଡି ପଡିବା ଯୋଗୁଁ ୪୧ ଶ୍ରମିକ ଫସି ରହିଥିଲେ ।

ଦୁର୍ଘଟଣା ସମୟରେ ଟନେଲ ମୁହଁ ନିକଟରେ ଥିବା ଶ୍ରମିକ ଉପେନ୍ଦ୍ର ପ୍ରଥମେ ଦୁର୍ଘଟଣା ଖବର ଦେଇଥିଲେ । କାମ କରିବା ପାଇଁ ଭିତରକୁ ଯିବା ବେଳେ ମାଟି ଭୁଶୁଡ଼ିବା ଦେଖି ଉପେନ୍ଦ୍ର ଜୋରେ ପାଟି କରିବା ସହ ଲୋକଙ୍କୁ ଜଣାଇଥିଲେ । ସୁଡଙ୍ଗରୁ ପାଣି ବାହାର କରିବା ପାଇଁ ଲଗାଯାଇଥିବା ଏକ ଚାରି ଇଞ୍ଚ ପାଇପ ଶ୍ରମିକଙ୍କ ପାଇଁ ଲାଇଫ ଲାଇନ୍ ପାଲଟିଥିଲା । ଦୁର୍ଘଟଣା ପରେ ଏହି ପାଇପ ଜରିଆରେ ଶ୍ରମିକଙ୍କୁ ଅକ୍ସିଜେନ, ପାଣି ଓ କିଛି ଶୁଖିଲା ଖାଦ୍ୟ ପଠାଯାଉଥିଲା । ଦୁର୍ଘଟଣାର ୧୦ ଦିନରେ ଏକ ଛଅ ଇଞ୍ଚର ପାଇପ ଶ୍ରମିକଙ୍କ ନିକଟ ପହଞ୍ଚିଥିଲା । ଏହାପରେ ସେମାନଙ୍କ ନିକଟରେ ଗରମ ଖାଦ୍ୟ ଦିଆଯାଇଥିଲା । ଏହି ପାଇପ୍ ଜରିଆରେ ସୁଡଙ୍ଗ ଭିତରକୁ କ୍ୟାମେରା ପଠାଯାଇଥିଲା ଓ ପ୍ରଥମ ଥର ଭିତର ଦୃଶ୍ୟ ସାମନାକୁ ଆସିଥିଲା ।

କେଉଁ ରାଜ୍ୟରୁ କେତେ ଶ୍ରମିକ

ଝାଡଖଣ୍ଡ-୧୫

ଉତ୍ତର ପ୍ରଦେଶ-୮

ଓଡ଼ିଶା-୫

ବିହାର-୫

ପଶ୍ଚିମବଙ୍ଗ-୩

ଉତ୍ତରାଖଣ୍ଡ-୨

ଆସାମ-୨

ହିମାଚଳ ପ୍ରଦେଶ-୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.