ପୂଜା ପାଇଁ ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ୱରେ ରହିବେ ୨ ଶହ ବରିଷ୍ଠ ଅଧିକାରୀ

Published By : Prameya-News7 Bureau | October 08, 2024 IST

ଭୁବନେଶ୍ବର ୮।୧୦: କଟକ-ଭୁବନେଶ୍ୱରରେ ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ଜାରି କଲା ପୋଲିସ । ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ । ଦାୟିତ୍ୱରେ ରହିବେ ୨ଶହ ଜଣ ବରିଷ୍ଠ ଅଧିକାରୀ । ଭୁବନେଶ୍ୱରରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କଟକରେ ୬୪ ପ୍ଲାଟୁନ ପୋଲିସ ଫୋର୍ସ । ଭୁବନେଶ୍ୱରରେ ୧୮୭ ପୂଜା ମଣ୍ଡପ, କଟକରେ ୧୬୬ଟି ମେଢ଼ ରହିଛି । ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ମୁତୟନ ହେବେ । ଛୋଟ ବଡ଼ ଅପରାଧୀଙ୍କ ଉପରେ ନଜର ରହିବ । ଟ୍ରାଫିକ୍ ଉପରେ କଟକଣା ଜାରି କରାଯାଇଛି । ପୂଜା ସମୟରେ ସହର ଭିତରେ ଭାରିଯାନ ଉପରେ କଟକଣା ଜାରି ରହିଛି । ପାର୍କିଂ ପାଇଁ ପୂଜା ମଣ୍ଡପ ପାଖରେ ବ୍ୟବସ୍ଥା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।


You Can Read:

୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.