ଭଦ୍ରକ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା ନିମପଲ୍ଲୀ ଗାଁ ନିକଟ ବିଲରେ ଏକ ଧାନ କଟା ମେସିନ୍ ଧାନ କାଟୁଥିବା ସମୟରେ ବିଲ ଦେଇ ତଳକୁ ଝୁଲି ରହିଥିଲା ଓଳମ ଫିଡର୍ ୧୧ କେଭି ବିଦ୍ୟୁତ୍ ତାର।
ମେସିନର ଡ୍ରାଇଭର ଏବଂ ହେଲ୍ପର ଉପରକୁ ଦୁହେଁ ମିଶି ଉପରକୁ ଟେକୁ ଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଡ୍ରାଇଭର ଜଣଙ୍କର ଗୋଡ଼ ଏବଂ ହାତ ପୋଡ଼ି ଯାଇଥିଲା।
ସେହିପରି ହେଲପର୍ ମଧ୍ୟ ଆଘାତ ପାଇ ମେସିନ୍ ତଳକୁ ପଡ଼ିଯାଇ ଆହତ ହୋଇଥିଲେ। ତେବେ ଉଭୟଙ୍କୁ ଉଦ୍ଧାର କରାଯାଇ ବନ୍ତ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।