କୋଣାର୍କ ୨୭।୮: ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ ଜେଟି ନିକଟରୁ ୭ ଦିନ ତଳେ ମା’ କାଳୀ ଓ ମା’ ପାର୍ବତୀ ନାମକ ୨ଟି ବୋଟ୍ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଦେବୀ ମୁହାଣ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଦୁଇଟି ମାଛଧରା ବୋଟ୍ ଫସିରହିଛନ୍ତି l ଦୁଇଟି ବୋଟ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୩ ଦିନ ହେବ ଫସିରହିଛନ୍ତି ୧୨ ଜଣ ମସ୍ୟଜୀବୀ । ଫସିରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ଅସ୍ତରଙ୍ଗ ତଥରଖି ବାହିନୀ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କ ପାଖକୁ ଯାଇପାରୁ ନାହାନ୍ତି l ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ହେଲେ ୧୮ ଟନ୍ ରୁ ୨୦ଟନ୍ ବୋଟ୍ର ଆବଶ୍ୟକତା ରହିଛି । କିନ୍ତୁ ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନାରେ ଥିବା ସ୍ପିଡି ବୋଟ୍ଟି ୧୨ଟନ୍ ଥିବାରୁ ବୋଟ୍ ସମୁଦ୍ର ଭିତରକୁ ପ୍ରବେଶ କରି ଉଦ୍ଧାର କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ । ପାରାଦୀପ କୋଷ୍ଟ ଗାର୍ଡଙ୍କୁ ସୂଚନା ଦିଆଯାଇଛି ଏବଂ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସହିତ ଯୋଗାଯୋଗ ରହିଛି ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
You Can Read:
ଚକ୍ରଧର ଜଳ ପ୍ରକଳ୍ପକୁ ବିରୋଧ : ୧୨ ଘଣ୍ଟିଆ ତେଲକୋଇ ବନ୍ଦ