ଝାଡ଼ଖଣ୍ଡ ଗସ୍ତରେ ୧୨ ଜଣିଆ ନିର୍ବାଚନ ଆୟୋଗ ଟିମ୍, ପହଞ୍ଚିଲେ ରାଞ୍ଚୀରେ

Published By : Prameya-News7 Bureau | September 23, 2024 IST

ରାଞ୍ଚୀ୨୩।୯: ମୁଖ୍ୟନିର୍ବାଚନ କମିଶନ (ସିଇସି) ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଏକ ଟିମ୍ ରାଜ୍ୟ ବିଧାନସଭା ନିର୍ବାଚଚନ ପ୍ରସ୍ତୁତି ନିମନ୍ତେ ସୋମବାର ଝାଡ଼ଖଣ୍ଡ ପହଞ୍ଚିଛନ୍ତି। ଦୁଇ ଦିବସୀୟ ଗସ୍ତ କାଳରେ ଆୟୋଗ ରାଜନୈତିକ ଦଳ, ପ୍ରବର୍ତ୍ତନ ଏଜେନ୍ସୀ ଓ ସରକାରୀ ଅଧିକାରୀଙ୍କ ସହ କେତେକ ବୈଠକ କରିବେ, ଯାହା ଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ରାଜ୍ୟରେ ନିର୍ବାଚନ ପାଇଁ ସବୁକିଛି ଠିକଠାକ ଅଛି। 

ସୂତ୍ର ଅନୁସାରେ ଏଥର ରାଜ୍ୟରେ ୨ରୁ ୩ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ଝାଡ଼ଖଣ୍ଡ ମୁଖ୍ୟନିର୍ବାଚନ ଅଧିକାରୀ (ସିଇଓ) କେ.ରବି କୁମାର କହିଛନ୍ତି ଯେ ସୋମବାର ୪ଟି ବୈଠକ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ୬ ଜାତୀୟ,୩ ଆଞ୍ଚଳିକ ଦଳ ସମେତ ମୋଟ ୯ଟି ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବରିଷ୍ଠ ସରକାରୀ ଓ ପୋଲିସ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା କରିବେ। କୁମାର କହିଛନ୍ତି ଯେ ଟିମ୍‌ ମଙ୍ଗଳବାର ଜିଲ୍ଲା ନିର୍ବାଚନ ଅଧିକାରୀ, ପୋଲିସ ଅଧିକ୍ଷକ, ମାହାନିରୀକ୍ଷକ ଓ ଉପ ମହାନିରୀକ୍ଷକଙ୍କୁ ଭେଟିବେ। 

ଆଲୋଚନାରେ ନିର୍ବାଚନ ପ୍ରସ୍ତୁତି, ଆଇନଶୃଙ୍ଖଳା ସ୍ଥିତି ଓ ନିର୍ବାଚନ ସମ୍ପର୍କିତ ଅନ୍ୟ ମାମଲାର ସମୀକ୍ଷା ଉପରେ ଧ୍ୟାନ ଦିଆଯିବ। ଚଳିତବର୍ଷ ଶେଷରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୨୦୧୯ ମସିହାରେ ୮୧ ବିଧାନସଭା ଆସନ ନିମନ୍ତେ ୩୦ ନଭେମ୍ବରରୁ ୨୦ ଡିସେମ୍ବର ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟଗଣନା ଡିସେମ୍ବର ୨୩ ତାରିଖରେ ହୋଇଥିଲା। ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ ଏଥର ନିର୍ବାଚନ ୨ରୁ ୩ଟି ପର୍ଯ୍ୟାୟରେ  ହୋଇପାରେ।  




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.