ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜୀବନ, ସେପଟେ ସଡ଼କ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ

Published By : Prameya-News7 Bureau | March 13, 2025 IST

ଭୁବନେଶ୍ୱର ୧୩।୦୩ : ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଚାଲିଯାଇଛି ୧୮୫୯ ଜୀବନ । ଏନେଇ ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି । 

ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି, ସେନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଦୁଇ ବର୍ଷରେ ୧୮୫୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୨ ଜଣ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଏଥିରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । 

ତେବେ ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ତା ପଛକୁ କଟକ ଓ ଗଞ୍ଜାମ ରହିଛି । ଅନ୍ୟପଟେ ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ । ଜାନୁଆରୀ ମାସରେ ହିଁ କେବଳ ୮୪୮ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪୭୨ ଜଣ ଆହତ ହୋଇଥିଲେ । ତେବେ ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି । 


ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଖୁଲାସା କଲେ କରୀନା, କହିଲେ-ଜରୁରୀ ନୁହେଁ... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.