ବାହାନଗା ଟ୍ରେନ୍ ଟ୍ରାଜେଡି : ଆହତଙ୍କ ମଧ୍ୟରୁ ୨୦ଜଣ SCB ଆଇସିୟୁରେ, ୬୩ ଜଣଙ୍କର ହୋଇଛି ଅସ୍ତ୍ରୋପଚାର

Published By : Prameya-News7 Bureau | June 09, 2023 IST

କଟକ ୯।୬: ବାହାନଗା ଟ୍ରେନ୍ ଟ୍ରାଜେଡିର ଶୀକାର ହୋଇଥିବା ଆହତଙ୍କ ମଧ୍ୟରୁ ଏବେ ୧୧୧ ଜଣ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଏସସିବି କୁଳସଚିବ ଡଃ ଅବିନାଶ ରାଉତ କହିଛନ୍ତି ।

ଆହତଙ୍କ ମଧ୍ୟରୁ ଓଡ଼ିଶାର ୨୩ ଜଣ, ପଶ୍ଚିମବଙ୍ଗର ୪୫, ବିହାରର ୩୨, ଝାଡଖଣ୍ଡର ୭ ଜଣ ବ୍ୟକ୍ତି ଥିବା ବେଳେ, ମହାରାଷ୍ଟ୍ରର ଜଣେ, ତାମିଲନାଡୁର ଜଣେ, ମଧ୍ୟପ୍ରଦେଶର ଜଣେ ଆହତଙ୍କ ସମେତ ନେପାଳର ଜଣେ ଆହତ ନାଗରିକ ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧୀନ ଆହତଙ୍କ ଭିତରୁ ବିଭିନ୍ନ ଆଇସିୟୁରେ ଏବେ ୨୦ ଜଣ ଅଛନ୍ତି । ଗୁରୁବାର ସୁଦ୍ଧା ୬୩ ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି ।

ଚି଼ହ୍ନଟ ହୋଇପାରିନଥିବା ଜଣେ ବ୍ୟକ୍ତିଙ୍କର ପରିଚୟ ମିଳିଛି । ସେ ଝାଡଖଣ୍ଡର ବାସିନ୍ଦା ଏବଂ ତାଙ୍କ ପରିବାରବର୍ଗ ଶୁକ୍ରବାର ଏସସିବିରେ ଆସି ପହଞ୍ଚିବେ ବୋଲି ମେଡ଼ିକାଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.