ପଶ୍ଚିମବଙ୍ଗରୁ ବସ୍‌ରେ ଆସୁଛି ବ୍ରାଉନସୁଗାର : ବସ୍‌ଷ୍ଟାଣ୍ଡରୁ ୨୦୦ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ

Published By : Prameya-News7 Bureau | September 08, 2024 IST

NEWS UPDATE

ବାରିପଦା ୮।୯: ଅବୈଧ ନିଶା କାରବାର ରୋକିବାରେ ପୁଣି ପୋଲିସକୁ ସଫଳତା ମିଳିଛି । ବାରିପଦା ଟାଉନ ଥାନା ପୋଲିସ ଦ୍ଵାରା ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ ସମେତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଜଣକ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଗୋବିନ୍ଦ ପାଳ ଓରଫ ଦିଗା । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ୍‌ ସୁଶ୍ରୀ ପୋଲିସ ମୁଖ୍ୟାଳୟରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । 

ପଶ୍ଚିମବଙ୍ଗରୁ ବାରିପଦାକୁ କାରବାର ପାଇଁ ବସ୍ ଯୋଗେ ବ୍ରାଉନସୁଗାର ଆସୁଥିବାର ପୋଲିସକୁ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ଏହାକୁ ନେଇ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ୱରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏସଆଇ ଇତିଶ୍ରୀ ସାହୁଙ୍କ ସମେତ ଏକ ଟିମ୍ ଶନିବାର ସକାଳୁ ଶୁନଗଡ଼ିଆ ଅଞ୍ଚଳର ରେଳ ଓଭର ବ୍ରିଜ ନିକଟରୁ  ଚଢାଉ କରି ୨୦୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଗୋବିନ୍ଦ ପାଳ ପୂର୍ବରୁ ମଧ୍ୟ ବ୍ରାଉନସୁଗାର କାରବାରରେ ବାରମ୍ବାର ଲିପ୍ତ ହୋଇ ଗିରଫ ହୋଇଛନ୍ତି । ଗତ ୨୦୨୧ ଅପ୍ରେଲ ୧୩ ତାରିଖରେ ଧରାପଡିଥିଲା । ସେହି ସମୟରେ ତାଙ୍କ ଠାରୁ ୪୧୭ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ଥିଲା । ପୁଣି ଜେଲରୁ ବାହାରି ପୁନର୍ବାର ସମାନ କାରବାରରେ ଜଡିତ ରହି ଧର୍ତ୍ତ୍ୟବ ଅପରାଧ ଜାରି ରଖିଛନ୍ତି ବୋଲି ଏସ୍‌ପି ଏସ୍‌ ସୁଶ୍ରୀ ସୂଚନା ଦେଇଛନ୍ତି ।

You Can Read:

CM କିଷାନ ଯୋଜନାର ଶୁଭାରମ୍ଭ, ଚାଷୀଙ୍କ ଆକାଉଣ୍ଟକୁ ଗଲା ଯୋଜନାର ପ୍ରଥମ କିସ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.