ବଜାଜ ପଲ୍‌ସର N160 ଲଞ୍ଚ; ଗ୍ରାହକଙ୍କୁ ଆକର୍ଷଣ କରିବ ଦମ୍‌ଦାର ଲୁକ୍ ସହ ଜବରଦସ୍ତ ଫିଚର

Published By : Prameya-News7 Bureau | June 23, 2022 IST

ନୂଆଦିଲ୍ଲୀ: ଯୁବକଙ୍କୁ ଆକର୍ଷଣ କରୁଥିବା ବଜାଜ୍ର ଜବରଦସ୍ତ ବାଇକ୍‌ ପଲ୍‌ସରର ଏକ ନୂଆ ମଡେଲ୍ ଲଞ୍ଚ କରିଛି। ପଲ୍‌ସର N160 ମଡେଲ୍‌କୁ ଭାରତୀୟ ବଜାରରେ ଲଞ୍ଚ କରିଛି କମ୍ପାନୀ। ଏକ ଲକ୍ଷ ୨୩ ହଜାର(ଏକ୍ସ- ଶୋରୁମ୍ ମୂଲ୍ୟ)ରୁ ଆରମ୍ଭ ହେଉଥିବା ବେଳେ ଷ୍ଟାଇଲ୍‌ ଓ ଫିଚର ବି ଜବରଦସ୍ତ। କଲର କଥା ଦେଖିଲେ ଏବିଏସ୍ ଭର୍ଜନରେ କେରବିୟନ ବ୍ଲୁ, ରେସିଂ ରେଡ୍ ଓ ଟେକ୍ନୋ ଗ୍ରେ ରଙ୍ଗରେ ବାଇକ୍ ବଜାରରେ ଉପଲବ୍ଧ ରହିଛି। ସେହିପରି ଡୁଆଲ ଚ୍ୟାନେଲ ଏବିଏସ୍ ଭର୍ଜନ୍‌ରେ ଫାଷ୍ଟ ବ୍ରୁକଲୀନ ବ୍ଲାକ୍ ଶେଡେରେ ବି ମିଳୁଛି।

କମ୍ପାନୀ ପଲ୍‌ସର N160କୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରିଛି। ଗୋଟିଏରେ ସିଙ୍ଗଲ ଚ୍ୟାନେଲ ଏବିଏସ୍ ଓ ଅନ୍ୟଟି ଡୁଆଲ ଚ୍ୟାନେଲ୍ ଏବିଏସ୍। ଡୁଆଲ ଚ୍ୟାନେଲ୍ ଭ୍ୟାରିଏଣ୍ଟର ମୂଲ୍ୟ ୧.୨୮(ଏକ୍ସ ଶୋ-ରୁମ ମୂଲ୍ୟ)ଲକ୍ଷରୁ ଆରମ୍ଭ ହେଉଛି। ଭାରତରେ ଏହି ବାଇକ୍‌ ୟାମାହା FZ, TVS ଆପାଚୀ RTR 160 4V ଓ ସୁଜୁକି ଜିସ୍କରକୁ ଟକ୍କର ଦେବ।

{"width":838,"height":449}
Updated version of Bajaj Pulsar N160 will be launched this month, know details.

ବଜାଜ ପଲ୍‌ସର N160ର ବିଶେଷତ୍ୱ-

ବଜାଜ ପଲ୍‌ସର N160 ର ବଡି ଡିଜାଇନ୍ N250 ଭଳି ହୋଇଛି। ଏହି ନୂଆ ମଡେଲ୍‌ରେ ସମାନ ସିଙ୍ଗଲ LED ପ୍ରୋଜେକ୍ଟର ହ୍ୟାଣ୍ଡଲ୍ୟାମ୍ପକୁ ସପୋର୍ଟ କରିଥାଏ। ଗାଡ଼ିର ଦୁଇ ପାଖେ ସ୍ଲୀମ ଏଲ୍‌ଇଡି ଡେ-ଟାଇମ୍ ରନିଂ ଲ୍ୟାମ୍ପସକୁ ଘେରାଯାଇଛି। ବଜାଜର N250ରେ ଫ୍ୟୁଲ ଟ୍ୟାଙ୍କ, ଟେକ୍ ଏକ୍ସଟେଶନ, ସିପ୍ଲଟ ସିଟ, ଆଲୟ ହ୍ୱିଲ୍ ଓ ଟେଲ-ଲାଇଟ ଭଳି ସୁବିଧା ଦିଆଯାଇଛି।

କେବଳ ସେତିକି ନୁହେଁ ପଲ୍‌ସର N160ରେ  USB ଚାର୍ଜିଂ ପୋର୍ଟ, ୧୪ ଲିଟର ଫ୍ୟୁଲ ଟ୍ୟାଙ୍କ ଓ ଡିଜି ଏନାଲଗ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଯାହା ଗିୟର ଷ୍ଟାଟସ, ୱାଚ୍, ଫ୍ୟୁଲ ଇକୋନୋମିକ ଓ ରେଞ୍ଜକୁ ଡିସ୍‌ପ୍ଲେ କରିଥାଏ।

Bajaj Pulsar N160 Dual Channel ABS Price, Images, Mileage, Specs & Features

ଇଞ୍ଜିନ ଓ ଗିୟରବକ୍ସ-

ପଲସର N160ରେ 164.82cc, ୨-ଭଲ୍ଭ, ଅଏଲ-କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି। ଯାହା 8,750Rpmରେ 16Bhp ପାୱାର ଓ  6,750Rpmରେ 14.65Nm  ଟର୍କ ଜେନେରେଟ୍ କରିଥାଏ। ତା ସହ ୫-ସ୍ପିଡ୍ ଗିୟରବକ୍ସକୁ ଯୋଡ଼ାଯାଇଛି। ତା ସହ ଅନେକ ଏଭଳି ଆକର୍ଷଣୀୟ ସୁବିଧା ରହିଛି ଯାହା ଯୁବ ଗ୍ରାହଙ୍କୁ ଏଇ ବାଇକ୍‌ କିଣିବାକୁ ବାଧ୍ୟ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.