୭୫ରୁ ଅଧିକ ସେଫ୍ଟି ଫିଚର୍ସ ସହ ଲଞ୍ଚ୍ ହେଲା ହ୍ୟୁଣ୍ଡାଇ କ୍ରେଟା ଇଭି, ଫୁଲ୍ ଚାର୍ଜରେ ଗଡ଼ିବ ୪୭୫km

Published By : Prameya-News7 Bureau | January 17, 2025 IST

hyundai

ନୂଆଦିଲ୍ଲୀ: ହ୍ୟୁଣ୍ଡାଇର ସବୁଠୁ ଲୋକପ୍ରିୟ ଏସ୍‌ୟୁଭି କ୍ରେଟାର ଇଲେକ୍ଟ୍ରିକ୍ ଭର୍ସନ ଅଟୋ ଏକ୍ସପୋ ୨୦୨୫ରେ ଲଞ୍ଚ୍ ହୋଇଛି । କ୍ରେଟା ଇଭିରେ ଗ୍ରାହକଙ୍କୁ ଅନେକ ନୂଆ ନୂଆ ଫିଚର୍ସ ମିଳିବ । ଏପରିକି ଗାଡ଼ିରେ ପେମେଣ୍ଟ ଅପ୍ସନ ମଧ୍ୟ ମିଳିବ । ଏହା ବ୍ୟତୀତ ଏହି ଇଲେକ୍ଟ୍ରିକ୍ ଏସ୍‌ୟୁଭିର ବ୍ୟାଟେରି IP67 ୱାଟରପ୍ରୁଫ୍ ରେଟିଂ ସହ ଲଞ୍ଚ୍ କରାଯାଇଛି । 

ହ୍ୟୁଣ୍ଡାଇ କ୍ରେଟାରେ ମିଳୁଥିବା ସେଫ୍ଟି ଫିଚର୍ସ ମଧ୍ୟରେ ୬ ଏୟାରବ୍ୟାଗ, ଅଲ୍-ହ୍ୱିଲ ଡିସ୍କ ବ୍ରେକ୍, ଇଲେକ୍ଟ୍ରନିକ୍ ପାର୍କିଂ ବ୍ରେକ୍, ଅଟୋ ହିଲ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରନିକ ଷ୍ଟାବିଲିଟି କଣ୍ଟ୍ରୋଲ୍, ଭେଇକଲ୍ ଷ୍ଟାବିଲିଟି ମ୍ୟାନେଜମେଣ୍ଟ, ଚାଇଲ୍ଡ ସିଟ (ISOFIX) ସପୋର୍ଟ ଏବଂ ଟାୟାର ପ୍ରେସ୍‌ର ମନିଟରିଂ ସିଷ୍ଟମ୍ ପରି ଅନେକ ଫିଚର୍ସ ସାମିଲ ରହିଛି । କମ୍ପାନି ଏହି ନୂଆ ଗାଡ଼ିରେ ଲେବଲ୍ ୨ ADAS ଫିଚର୍ସର ସପୋର୍ଟ ମଧ୍ୟ ଦେଇଛି । ଏହି କାରଣରେ ଇକୋ, ନର୍ମାଲ ଏବଂ ସ୍ପୋର୍ଟ୍ସ ତିନି ଡ୍ରାଇଭିଂ ମୋଡ୍ ଦିଆଯାଇଛି । କମ୍ପାନି ଦାବି କରିଛି ଯେ ଏହି କାର କେବଳ ୭.୯ ସେକେଣ୍ଡରେ ୦ରୁ ୧୦୦ ସ୍ପିଡ୍ ହାସଲ କରିବ ।

ହ୍ୟୁଣ୍ଡାଇ କ୍ରେଟା ଇଭିର ମୂଲ୍ୟ ୧୭ ଲକ୍ଷ ୯୯ ହଜାର (ଏକ୍ସ ସୋ'ରୁମ୍)ରୁ ଆରମ୍ଭ ହେଉଛି । ଏହି ମୂଲ୍ୟରେ ଗ୍ରାହକଙ୍କୁ ଏହି ଗାଡ଼ିର ବେସ୍ ଭାରିଆଣ୍ଟ ମିଳିବ । ଅନ୍ୟପଟେ ଇଲେକ୍ଟ୍ରିକ୍ ଏସୟୁଭିର ଟପ୍ ମଡେଲ ପାଇଁ ୧୯ ଲକ୍ଷ ୯୯ ହଜାର (ଏକ୍ସ ସୋ'ରୁମ) ଖର୍ଚ୍ଚ କରିବାକୁ ପଡ଼ିବ । ଉଲ୍ଲେଖଯୋଗ୍ୟ ଯେ ଏହା ଇଣ୍ଟ୍ରୋଡକ୍ଟରି ମୂଲ୍ୟ, ଅର୍ଥାତ୍ କମ୍ପାନି କେତେବେଳେ ବି କାରର ମୂଲ୍ୟରେ ପରିବର୍ତ୍ତନ କରିପାରେ ।

ଡ୍ରାଇଭିଂ ରେଞ୍ଜ କଥା ଯଦି କହିବା ତେବେ ହ୍ୟୁଣ୍ଡାଇ କ୍ରେଟା ଇଭି ଥରେ ଫୁଲ୍ ଚାର୍ଜ ହେଲେ ୪୭୫ କିଲୋମିଟର ଯାଏ ଯାତ୍ରା କରିପାରିବ । ଏହି ଇଲେକ୍ଟ୍ରିକ୍ ଏସୟୁଭିରେ ୫୧.୪kWh ଏବଂ ୪୨kWh ଦୁଇଟି ବ୍ୟାଟେରି ବିକଳ୍ପ ସହ ଲଞ୍ଚ୍ କରାଯାଇଛି । କମ୍ପାନି ଦାବି କରିଛି ଯେ ୫୧.୪kWh ଫୁଲ୍ ଚାର୍ଜ ହେଲେ ୪୭୨ କିଲୋମିଟର ଯାତ୍ରା କରିବ । ସେହିପରି ୪୨kWh ଭାରିଆଣ୍ଟ ସିଙ୍ଗଲ ଚାର୍ଜରେ ୩୯୦ କିଲୋମିଟର ଯାଏ ଯାତ୍ରା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.