ମାରୁତି ସୁଜୁକିର ପ୍ରଥମ ଇଲେକ୍ଟ୍ରିକ୍ କାର୍ eVitaraର ଅନାବରଣ, ସିଙ୍ଗିଲ ଚାର୍ଜରେ ମିଳିବ ୫୦୦ କିଲୋମିଟରର ଡ୍ରାଇଭିଙ୍ଗ୍‌ ରେଞ୍ଜ୍‌ !

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ମାରୁତି ସୁଜୁକୀ ଇଣ୍ଡିଆ ଏହାର ପ୍ରଥମ ବ୍ୟାଟେରୀ ଇଲେକ୍ଟ୍ରିକ କାର୍ eVitaraର ଅନାବରଣ କରିଛି। ଶୁକ୍ରବାର ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ କମ୍ପାନି ଏହି କାର୍‌ର ଅନାବରଣ କରିଛି। ବଡ଼ କଥା ହେଲା କମ୍ପାନି ଏହି କାର୍‌କୁ ଭାରତରେ ଉତ୍ପାଦନ କରିବା ସହ ୧୦୦ରୁ ଅଧିକ ଦେଶକୁ ରପ୍ତାନୀ କରିବାକୁ ଯୋଜନା ରଖିଛି। 

କାର୍‌ର ଫିଚର୍ସ ବିଷୟରେ କହିଲେ ଇ-ଭିଟାରାରେ ୪୯kWh ଏବଂ ୬୧ kWhର ଦୁଇଟି ବ୍ୟାଟେରୀ ଅପ୍ସନ ରହିବ। ଯାହା ସିଙ୍ଗିଲ ଚାର୍ଜରେ ପ୍ରାୟ ୫୦୦ କିଲୋମିଟରର ଡ୍ରାଇଭିଙ୍ଗ୍ ରେଞ୍ଜ ଦେବ। ଇ-ଭିଟାରାର କ୍ୟାବିନକୁ ଡୁଆଲ-ଟୋନ୍ ବ୍ଲାକ୍ ଏବଂ ଟ୍ୟାନ୍‌ ଥିମରେ ଫିନିସିଂ କରାଯାଇଛି। କାର୍‌ରେ ଟଚ୍‌ସ୍କ୍ରିନ ଏବଂ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ସହ ଫ୍ରି ଷ୍ଟାଣ୍ଡିଂ ସିଙ୍ଗିଲ୍ ପିସ୍‌ ପ୍ୟାନେଲ ରହିଛି। ଅନ୍ୟାନ୍ୟ ଫିଚର୍ସ କଥା କହିଲେ ଏଥିରେ ଫ୍ଲାଟ୍‌ ବଟମ ଷ୍ଟିୟରିଂ ହ୍ବିଲ, ଗିୟର ପାଇଁ ରୋଟାରୀ ନବ୍, ଇଲେକ୍ଟ୍ରି ପାର୍କିଂ ବ୍ରେକ୍‌, ୩୬୦ ଡିଗ୍ରି କ୍ୟାମେରା ଭ୍ୟୁ ଏବଂ କନେକ୍ଟେଡ କାର୍‌ ଟେକ୍ନୋଲୋଜି ରହିଛି।ସେହିଭଳି ସୁରକ୍ଷା ଦୃଷ୍ଟିରୁ କାର୍‌ରେ ଲେଭଲ ୨ ଏଡିଏଏସ, ୭ ଏୟାରବ୍ୟାଗ୍ ରହିଛି। 

ମାରୁତି ସୁଜୁକୀ ଇଣ୍ଡିଆରେ ପ୍ରାୟ ୫୮ ପ୍ରତିଶତ ରଖିଥିବା ସୁଜୁକୀ ମୋଟର କର୍ପୋରେସନ, ଭାରତକୁ ଏହି ମଡେଲର ଗ୍ଲୋବାଲ ପ୍ରଡକ୍ସନ ହବ୍‌ କରିବା ପାଇଁ ଯୋଜନା କରୁଛି। ସୁଜୁକୀ ମୋଟର କର୍ପୋରେସନ ରିପ୍ରେଜେଣ୍ଟେଟିଭ ଡାଇରେକ୍ଟର ଏବଂ ପ୍ରେସିଡେଣ୍ଟ ତୋଶିହିରୋ ସୁଜୁକୀ କହିଛନ୍ତି ଏହି ଇଲେକ୍ଟ୍ରିକ ଏସୟୁଭି ୟୁରୋପ ଏବଂ ଜାପାନ ସହ ଅନ୍ୟ ଦେଶକୁ ରପ୍ତାନୀ କରାଯିବ। ଆଗାମୀ କିଛି ମାସରେ ଇ-ଭିଟାରାର ଉତ୍ପାଦନ ଆରମ୍ଭ ହେବ। ଆଉ ଏହାକୁ ମାରୁତି ସୁଜୁକୀର ଗୁଜରାଟ ପ୍ଲାଣ୍ଟରେ ପ୍ରସ୍ତୁତ କରାଯିବ। ଏଠାରୁ ଏହାକୁ ୧୦୦ରୁ ଅଧିକ ଦେଶରେ ୟୁରୋପ ଏବଂ ଜାପା ସହ ରପ୍ତାନୀ କରାଯିବ। ମାରୁତି ସୁଜୁକୀ ଦେଶରେ ଇଭି ପାଇଁ ମଜଭୁତ ଚାର୍ଜିଂ ଇକୋସିଷ୍ଟମ ବିକଶିତ କରିବା ଉପରେ ମଧ୍ୟ କାମ କରୁଥିବା କହିଛନ୍ତି ତୋଶିହିରୋ । 

କମ୍ପାନି ପକ୍ଷରୁ ଆହୁରି କୁହାଯାଇଛି ଯେ, ‘‘ଇ-ଭିଟାରା ସୁଜୁକୀର ପ୍ରଥମ ଗ୍ଲୋବାଲ ଷ୍ଟ୍ରାଟେଜିକ ବ୍ୟାଟେରୀ ଇଲେକ୍ଟ୍ରିକ ଗାଡ଼ି (BEV)। ଯାହା ଭାରତ ଏବଂ ଅନ୍ୟ ଦେଶରେ ବେଶ୍‌ ସଫଳ ହେବ ବୋଲି ଆଶା ରହିଛି। କମ୍ପାନି ଭାରତ, ଜାପାନ ଏବଂ ୟୁରୋପ ଭଳି ପ୍ରମୁଖ ବାଣିଜ୍ୟିକ କ୍ଷେତ୍ରରେ ବିଇଭି ଦ୍ବାରା କିଭଳି ଗ୍ରାହକ ଉପକୃତ ହେବ ସେନେଇ ଦୀର୍ଘ ରିସର୍ଚ୍ଚ ମଧ୍ୟ କରିଛି। ଆଉ ବିଇଭିକୁ ଗ୍ରାହକଙ୍କ କିଭଳି ଆକର୍ଷଣୀୟ କରାଯିବା ସେ ଦିଗରେ ଅଧିକରୁ ଅଧିକ କାମ ମଧ୍ୟ କରୁଛି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.