ଆଗାମୀ ୨ଟି ଆର୍ଥିକ ବର୍ଷରେ ସ୍ଥିର ରହିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି, ସୁଧୁରିବ ଶ୍ରୀଲଙ୍କା ଓ ପାକିସ୍ତାନ ସ୍ଥିତି: ବିଶ୍ୱ ବ୍ୟାଙ୍କ

Published By : Prameya-News7 Bureau | January 17, 2025 IST

indiatoday

ନୂଆଦିଲ୍ଲୀ: ଆଗାମୀ ଦୁଇଟି ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସ୍ଥିର ରହିପାରେ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ଗୁରୁବାର ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଏସିଆର ଅର୍ଥନୀତିକ ଅଭିବୃଦ୍ଧିର ଅନୁମାନ କରାଯାଇଛି। ସଦ୍ୟତମ ଆକଳନ ଅନୁସାରେ, ଏପ୍ରିଲ ୨୦୨୫ ଠାରୁ ଆଗାମୀ ଦୁଇଟି ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତର ଆର୍ଥିକ ବିକାଶ ହାର ୬.୭ ପ୍ରତିଶତରେ ସ୍ଥିର ରହିବ ବୋଲି ବିଶ୍ୱ ବ୍ୟାଙ୍କ ଅନୁମାନ କରିଛି। ଯାହା ଅନ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକ ଠାରୁ ଅପେକ୍ଷାକୃତ ଭଲ। 

ଗୁରୁବାର ବିଶ୍ୱ ବ୍ୟାଙ୍କ ଜାରି କରିଥିବା ଆକଳନ ରିପୋର୍ଟ ଅନୁସାରେ, ୨୦୨୫-୨୬ରେ ଦକ୍ଷିଣ ଏସିଆର ବିକାଶ ହାର ୬.୨ ପ୍ରତିଶତ ରହିବ। ହେଲେ ଭାରତରେ ୨୦୨୫ ଏପ୍ରିଲ ଠାରୁ ଆରମ୍ଭ କରି ଆଗାମୀ ଦିନମାନଙ୍କରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତରେ ସ୍ଥିର ରହିବ। 

ଅନ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକ ଠାରୁ ଭାରତରେ ସ୍ଥିତି ମଜଭୁତ ରହିବାର କାରଣ ହେଲା ଏହାର ସର୍ଭିସ ସେକ୍ଟରରେ ଲଗାତର ବିସ୍ତାର ହେବାର ଆଶା କରାଯାଉଛି। ସେହିଭଳି ମେନୁଫେକ୍ଚରିଂ ଆକ୍ଟିଭିଟି ମଜଭୁତ ହେବ। ସରକାରୀ ଯୋଜନାଗୁଡ଼ିକର ସହଯୋଗରେ ବ୍ୟାପାରରେ ବୃଦ୍ଧି ଦେଖା ଦେବ। ତେବେ ନିବେଶ ବୃଦ୍ଧି ସ୍ଥିର ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ଘରୋଇ ନିବେଶ ବଢ଼ିବ। ଫଳରେ ସର୍ବଜନିକ ନିବେଶରେ ଯେଉଁ ମନ୍ଥରତା ଦେଖା ଦେଇଛି ତାହା ଭରଣା କରି ହେବ। 
ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫ ପ୍ରତିଶତ ବୃଦ୍ଧି

ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୪ ରୁ ମାର୍ଚ୍ଚ ୨୦୨୫) ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ। ନିବେଶରେ ହ୍ରାସ ଏବଂ ଉତ୍ପାଦନ କ୍ଷେତ୍ରରେ ମନ୍ଥର ଅଭିବୃଦ୍ଧି ଯୋଗୁ ଆର୍ଥିକ ଅଭିବୃଦ୍ଧି କମ ରହିବ। 

ସୁଧୁରିବ ଶ୍ରୀଲଙ୍କା ଓ ପାକିସ୍ତାନ ସ୍ଥିତି

ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନର ଅର୍ଥନୀତି ନେଇ ବିଶ୍ୱ ବ୍ୟାଙ୍କ ଶୁଭ ସଂକେତ ଦେଇଛି। ଏଠାରେ ଆର୍ଥିକ ବିକାଶ ୩.୯ ପ୍ରତିଶତ ରହିବ। ଯାହା ପୂର୍ବପେକ୍ଷା ଉନ୍ନତ ଧାରାକୁ ଦର୍ଶାଉଛି। ଅର୍ଥନୀତି ସୁଧାର କ୍ଷେତ୍ରରେ ଦୁଇ ଦେଶ ନେଇଥିବା ପଦକ୍ଷେପ ଯୋଗୁ ଏଠାରେ ଉନ୍ନତି ପରିଲଖିତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.