ନୂଆଦିଲ୍ଲୀ: କାସଗଞ୍ଜରେ ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡର ସମସ୍ତ ୨୮ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିଛି । ପ୍ରାୟ ୭ ବର୍ଷର ଦୀର୍ଘ ଆଇନଗତ ଲଢେଇ ପରେ ଦୋଷୀଙ୍କୁ ଏହି ଦଣ୍ଡ ମିଳିଛି । ୨୦୧୮ ଜାନୁଆରୀ ୨୬ରେ ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ତ୍ରିରଙ୍ଗା ଯାତ୍ରା ବେଳେ ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ ଚନ୍ଦନଙ୍କ ପରିବାର ଆଇନଗତ ଲଢେଇ ଜାରି ରହିଥିଲେ ଏବଂ ଆଜି କୋର୍ଟ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି ।
NIA ସ୍ପେଶାଲ କୋର୍ଟ ଜଜ୍ ବିବେକାନନ୍ଦ ଶରଣ ତ୍ରିପାଠୀ ଶୁକ୍ରବାର ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡରେ ୨୮ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁଇ ଅଭିଯୁକ୍ତ ନସିରୁଦ୍ଦୀନ ଏବଂ ଅସୀମ କୁରେଶୀଙ୍କୁ ମୁକ୍ତ କରାଯାଇଛି । ଚନ୍ଦନଙ୍କ ବାପା ସୁଶୀଲ ଗୁପ୍ତାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆର୍ରେ ୨୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ତଦନ୍ତ ପରେ ପୋଲିସ ଆଉ ୧୦ ଜଣ ଅଭିଯୁକ୍ତଙ୍କ ନାଁ ଯୋଡ଼ି ମୋଟ ୩୦ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୧୮ ଏପ୍ରିଲ୍ ୨୬ରେ କାସଗଞ୍ଜ ପୋଲିସ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । ବର୍ତ୍ତମାନରେ ୨୮ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ମୁନାଜିର ରଫି ପୂର୍ବରୁ ଜେଲରେ ବନ୍ଦୀ ରହିଛି । ମୁନାଜିର ରଫି କାସଗଞ୍ଜର ଜଣେ ଓକିଲ ମୋହିନୀ ତୋମାର ହତ୍ୟାକାଣ୍ଡରେ ଜେଲରେ ବନ୍ଦୀ ଅଛି ।
#WATCH | Chandan Gupta Murder case | Kasganj, Uttar Pradesh: District Government Counsel Manoj Kumar Tripathi says, "All the accused have been sentenced to life imprisonment. Two people have been acquitted. We will appeal against their acquittal. Salim has been sentenced… pic.twitter.com/PpuooKf1Jl
— ANI (@ANI) January 3, 2025
୨୦୧୮ ଜାନୁଆରୀ ୨୬ରେ ତ୍ରିରଙ୍ଗା ଯାତ୍ରା ବେଳେ ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରା ବେଳେ ଦୁଇ ସମୁଦାୟ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଚନ୍ଦନ ଗୁପ୍ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାକୁ ନେଇ କାସଗଞ୍ଜ ଉତ୍ତେଜନା ବଢିଥିଲା । ହିଂସାର ନିଆଁରେ ପୂରା ଉତ୍ତର ପ୍ରଦେଶରେ ବ୍ୟାପିଥିଲା । ଚନ୍ଦନଙ୍କ ପରିବାର ସହ ଅନ୍ୟମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଘଟଣା ପରେ ଚନ୍ଦନ ଗୁପ୍ତାଙ୍କ ନାଁରେ କାସଗଞ୍ଜର ଗୋଟିଏ ଛକ ନାଁ କରାଯିବ ବୋଲି ସରକାର ଘୋଷଣା କରିଥିଲେ ।
କାସଗଞ୍ଜ ହିଂସା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତି ତିନି ଭାଇ ୱାସିମ, ନସୀମ, ସଲୀମଙ୍କ ସହ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା । ତେବେ ପରେ ଅନେକଙ୍କୁ ଛାଡ଼ି ଦିଆଯାଇଥିଲା । ୮ ବର୍ଷ ଧରି ଚାଲିଥିବା ଏହି ଲଢେଇରେ ଚନ୍ଦନଙ୍କ ବାପା ଅଧିକ ସଂଘର୍ଷ କରିଛନ୍ତି ।