ବିଜେପି ନେତାଙ୍କ ବିବାଦୀୟ ବୟାନ: ମୁଁ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ ରାସ୍ତା ବନାଇବି

Published By : Prameya-News7 Bureau | January 05, 2025 IST

indiatoday

ନୂଆଦିଲ୍ଲୀ: ବିଜେପି ନେତାଙ୍କ ଅଶୋଭନୀୟ ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ଦିଲ୍ଲୀ କାଲକାଜୀ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁରୀ କହିଛନ୍ତି ଯେ ସେ ନିର୍ବାଚନ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ତିଆରି କରିବେ। ରମେଶଙ୍କ ଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିଛି।   

ଦିଲ୍ଲୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି କାଲକାଜୀ ପ୍ରାର୍ଥୀ ରମେଶ ବିଧୁରୀ କହିଛନ୍ତି “ ସମସ୍ତେ ଜାଣନ୍ତି ଯେ ଦିନେ ଲାଲୁ ଯାଦବ କହିଥିଲେ ଯେ ସେ ହେମାମାଳିନୀଙ୍କ ପରି ରାସ୍ତା ଚିକ୍କଣ କରିବେ। ହେଲେ ସେ ତାଙ୍କ ପ୍ରତିଶ୍ରୁତି ପୂରା କରିପାରିଲେ ନାହିଁ। ମୁଁ କିନ୍ତୁ ଆପଣଙ୍କୁ କଥା ଦେଉଛି ଯେ ଯେମିତି ଆମେ ଓଖଲା ଓ ସଂଗମ ବିହାରର ରାସ୍ତା ବଦଳେଇ ଦେଲୁ ସେମିତି ଆମେ ସୁନିଶ୍ଚିତ କରୁଛି ଯେ କାଲ୍‌କାଜୀର ପ୍ରତ୍ୟୋକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ କରିଦେବୁ।”

ରମେଶ ବିଧୁରୀଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ମହିଳା ବିରୋଧୀ ମାନସିକତା ରହିଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ସମାଲୋଚନା କରି କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ମହିଳାଙ୍କ ପ୍ରତି ଥିବା ଘୃଣ୍ଯା ମାନସିକତାକୁ ଦର୍ଶାଉଛି। ସେ କହିଛନ୍ତି “ବିଜେପି ଅତ୍ୟନ୍ତ ମହିଳା ବିରୋଧୀ। ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ରମେଶ ବିଧୁରୀଙ୍କ ବିବୃତ୍ତି କେବଳ ଲଜ୍ଜାଜନକ ନୁହେଁ ବରଂ ତାଙ୍କର ଘୃଣ୍ୟ ମାନସିକତାକୁ ମଧ୍ୟ ଦର୍ଶାଉଛି। ସଂସଦରେ ତାଙ୍କ ସାଂସଦଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ?” ବିଜେପିର ବରିଷ୍ଠ ନେତାମାନେ ହାତ ଯୋଡ଼ି ପ୍ରିୟଙ୍କା ଗାନ୍ଧୀଙ୍କୁ କ୍ଷମା ମାଗିବା ଦରକାର ଶ୍ରୀନେତ କହିଛନ୍ତି।
ସେହିପରି କଂଗ୍ରେସ ନେତା ପବନ ଖେଡ଼ା ମନ୍ତବ୍ୟକୁ ସମାଲୋଚନା କରିବା ସହିତ ଆରଏସଏସର ଆଦର୍ଶ ସ୍ପଷ୍ଟ ବାରି ହୋଇପଡ଼ିଥି ବୋଲି କହିଛନ୍ତି। ସେ କହିଛନ୍ତି ଏହି ସଭ୍ଯତା କେବଳ ଏହି ମନ୍ଦ ବ୍ୟକ୍ତିଙ୍କ ମାନସିକତା ଦେଖାଏ ନାହିଁ, ଏହା ତାଙ୍କ ମାଲିକମାନଙ୍କ ବାସ୍ତବତାକୁ ଦର୍ଶାଏ। ଉପରୁ ତଳ ପର୍ଯ୍ୟନ୍ତ, ଆପଣ ବିଜେପିର ଏହି ଛୋଟ ନେତାମାନଙ୍କ ଠାରେ ରାଷ୍ଟ୍ରିୟ ସ୍ୱୟମ ସେବକ ସଂଗଠନର ମୂଲ୍ୟ ଦେଖିବେ ବୋଲି ପୱନ ଖେଡ଼ା କହିଛନ୍ତି।

ଚାରିଆଡ଼ୁ ସମାଲୋଚିତ ହେବା ପରେ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ରେମେଶ ବିଧୁରୀ। କଂଗ୍ରେସର ଅତୀତରେ କରିଥିବା କାମ ପରେ ଦଳ ମୋତେ ସମାଲୋଚନା କରିବାର କୌଣସି ଅଧିକାରା ନାହିଁ ବୋଲି ସେ କହିଛନ୍ତି। 

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ବିଧୁରୀ କହିଛନ୍ତି “ ଯଦି ମୋର ମନ୍ତବ୍ୟ କଂଗ୍ରେସକୁ ବାଧିଛି ତେବେ  ସେମାନେ ହେମା ମାଲିନିଙ୍କୁ କାହିଁକି କ୍ଷମା ମାଗିଲେ ନାହିଁ? ସେ ଜଣେ ପ୍ରସିଦ୍ଧ କଳାକାର ଯିଏ ଭାରତ ପାଇଁ ଗୌରବ ଆଣିଛନ୍ତି | ହେମା ମାଲିନି ଜଣେ ମହିଳା ନୁହଁନ୍ତି କି? ସଫଳତାରେ ସେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ବହୁ ଉର୍ଦ୍ଧ୍ୱରେ।” 

ରମେଶ ବିଧୁରୀଙ୍କ ମନ୍ତବ୍ୟ ପାଇଁ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ସମାଲୋଚନା କରିଛନ୍ତି। ଅତ ଶସ୍ତା ଓ ଲଜ୍ଜାଜନକ ବୋଲି ସେ କହିଛନ୍ତି। ସଂସଦରେ ଅଶାଳୀନ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ତଥା ଖୋଲାଖୋଲି ଭାବରେ ଟଙ୍କା ବାଣ୍ଟୁଥିବା ବ୍ୟକ୍ତିଙ୍କୁ ବିଜେପି ଟିକେଟ ଦେଇଛି। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଉପରେ ଏପରି ଶସ୍ତା ଏବଂ ଲଜ୍ଜାଜନକ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦିଲ୍ଲୀର ମହିଳାମାନେ ନିଶ୍ଚିତ ଭାବରେ ବୁଝି ସାରିଛନ୍ତି ଯେ ବିଜେପିର ଶାସନରେ ସେମାନେ କିପରି ସୁରକ୍ଷା ପାଇବେ।

ବିଧୁରୀ ବିଜେପିର ଜଣେ ବିବାଦୀୟ ନେତା। ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ୨୦୨୩ ମସିହାରେ, ବିଧୁରୀ ଲୋକସଭାରେ ତତ୍କାଳୀନ ବିଏସପି ସାଂସଦ ଦାନିଶ ଅଲିଙ୍କ ବିରୋଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିଲେ। ଏହାକୁ ସେତେବେଳେ ଖୁବ ସମାଲୋଚନା କରାଯାଇଥିଲା।ଏହାପରେ ସେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.