ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ରବିବାର ମଣିପୁରରେ ହୋଇଥିବା ହିଂସା ଘଟଣାର କାରଣ ଜାଣିବା ପାଇଁ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ କରିଛନ୍ତି । ଏହି ଆୟୋଗର ଅଧ୍ୟକ୍ଷତା ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜୟ ଲାମ୍ୱା କରିବେ । ଏହାସହ ଆୟୋଗରେ ପୂର୍ବତନ ଆଇଏଏସ ଅଧିକାରୀ ହିମାଂଶୁ ଶେଖର ହାସ ଏବଂ ପୂର୍ବତନ ଆଇପିଏସ ଅଧିକାରୀ ଆଲୋକ ପ୍ରଭାବର ସାମିଲ ଅଛନ୍ତି ।
ଗୃହ ମନ୍ତ୍ରାଳୟ ଅନୁସାରେ, ଆୟୋଗ ମଣିପୁରରେ ହିଂସା କାରଣ ଏବଂ ପ୍ରସାର ସହ ଦଙ୍ଗାର ଯାଞ୍ଚ କରିବେ । ତିନି ସଦସ୍ୟ ବିଶିଷ୍ଟ ଆୟୋଗକୁ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦାଖଲ କରାଇବା ପାଇଁ ଛଅ ମାସ ଦିଆଯାଇଛି । ଏହି ଅବଧିରେ ଦଙ୍ଗା ଏବଂ ଏହା ପଛର ସବୁ କାରଣ ଖୋଜାଯିବ ।
ପଢନ୍ତୁ: ମଣିପୁର ହିଂସା: ଏନଏଚରୁ ଅବରୋଧକ ହଟାଇବାକୁ ଅମିତ ଶାହଙ୍କ ଅପିଲ୍
ଗୃହ ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ଏକ ମାସ ଧରି ମଣିପୁରରେ ଜାରି ହିଂସାର ନ୍ୟାୟିକ ତଦନ୍ତ ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି ଏବଂ ୬ ମାମଲାର ସିବିଆଇ ତଦନ୍ତ ପାଇଁ ଘୋଷଣା କରିଥିଲେ ।
ଗୃହ ମନ୍ତ୍ରୀ ଅମିତ୍ ଶାହ ହିଂସାଗ୍ରସ୍ତ ମଣିପୁରରେ ନିଜ ଚାରି ଦିନିଆ ଗସ୍ତର ଶେଷ ଦିନରେ ସମସ୍ତ ପକ୍ଷରୁ ନିବେଦନ କରି ନିଜ ହତିଆର ସୁରକ୍ଷାବଳ ଏବଂ ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ କହିଥିଲେ । ଏହାସହ ହତିଆର କିମ୍ୱା ଗୋଳା-ବାରୁଦ ରଖିଥିବା ବ୍ୟକ୍ତିଙ୍କ ବିରୋଧର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।
READ ALSO: ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଆନ୍ଧ୍ର ସରକାର, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା