କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ, ବାହାରକୁ ହୋଇଥାନ୍ତା ଚାଲାଣ

Published By : Prameya-News7 Bureau | June 16, 2024 IST

ମୋହନା: କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ। ବାଛିପଙ୍କା ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଜବତ କଲା ଅଡବା ଥାନା ପୋଲିସ। 

ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ବାହାର ରାଜ୍ୟକୁ ପଠାଇବାକୁ ଯୋଜନା କରୁଥିଲେ ମାଫିଆ । ଆଉ ଏହି ସମୟରେ ରେଡ୍‌ କରି ଜବତ କରିଥିଲା ପୋଲିସ। ତେବେ ଘଟଣାସ୍ଥଳରେ ଚମ୍ପଟ ମାରିଛି ମାଫିଆ। ପୋଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.