ମଦୁଆ ପୁଅ ସାଜିଲା ବାପାର ହତ୍ୟାକାରୀ, ଏବେବି ମା’ ନିଖୋଜ

Published By : Prameya-News7 Bureau | June 22, 2024 IST

Breaking_1

ସୋର ୨୨।୬: ପାରିବାରିକ କଳହର କରୁଣ ପରିଣତି । ମଦୁଆ ପୁଅ ସାଜିଲା ବାପାର ହତ୍ୟାକାରୀ । ଏବେବି ମା’ ନିଖୋଜ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ୪ ଦିନ ଧରି ଦୁଇ ଜଣ ନିଖୋଜ । ନିଖୋଜ ଥିବା ବାପା ରମାକାନ୍ତ ବେହେରା, ମା’ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଭାଇ ରମେଶ, ବାପା ମା’ଙ୍କୁ ମାରି ପୋତି ଦେଇଥିବା ଅଭିଯୋଗ କରିଥିଲେ । ମମତାଙ୍କ ଅଭିଯୋଗ କ୍ରମେ ସିମୁଳିଆ ପୋଲିସ ତଦନ୍ତ ଆରମ୍ଭ କରିବା ସହ ରମେଶଙ୍କ ଘର ପଛପଟେ ଏକ ବିଲରେ ପୋତିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦାର, ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ରମାକାନ୍ତଙ୍କ ମୃତଦେହ ଠାବ ହୋଇଥିବା ବେଳେ ମା’ ଏବେବି ନିଖୋଜ ଅଛନ୍ତି ।

You Can Read :

ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.