ଭଦ୍ରକ ୫।୧୧: ସରିଲା ଭିଜିଲାନ୍ସ ସଚେତନତା ସପ୍ତାହ । ଭଦ୍ରକ ଜିଲ୍ଲାରେ ସପ୍ତାହେ ଧରି ଦୁର୍ନୀତି ନିବାରଣ ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଭିଜିଲାନ୍ସ, ପୋଲିସ ଓ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଦୁର୍ନୀତି ରୋକିବା ନେଇ ସଚେତନ କରାଯାଇଛି । ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମାଞ୍ଚଳର ବାସିନ୍ଦା, ମହିଳା, ବିଭିନ୍ନ କର୍ମଚାରୀଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବା ସହ ଦୁର୍ନୀତିରେ ଲିପ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ପାଇଁ ଉତ୍ସାହିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
{"id":866063,"sizeSlug":"full","linkDestination":"none"}ତେବେ ଭିଜିଲାନ୍ସ ଏସପି କହିଛନ୍ତି ଯେ, ବାଲେଶ୍ୱର ଡିଭିଜନରେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୦ଟି କେସ୍ ହୋଇଥିବା ବେଳେ ୧୬ଟି ଟ୍ରାପ୍ କେସ୍, ୬ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କେସ୍ ଓ ୮ଟି ଆର୍ଥିକ ଅନିୟମିତତା କେସ୍ ହୋଇଛି । ସେହିପରି ରାଜ୍ୟରେ ସମୁଦାୟ ୨୦୨ କେସ୍ରୁ ୬୧ଟି ଆୟ ବହିର୍ଭୂତ କେସ୍, ୭୫ଟି ଟ୍ରାପ୍ କେସ୍ ଓ ବଳକା ଆର୍ଥିକ ଅନିୟମିତତା କେସ୍ ରୁଜୁ ହୋଇଛି । ଏବେ ଭିଜିଲାନ୍ସ ଆକ୍ଟିଭ ଅଛି ।
You Can Read :
wp:embed {"url":"https://www.prameyanews7.com/indigo-to-fly-from-jharsuguda-to-kolkata-from-sunday/","type":"wp-embed","providerNameSlug":"prameya-news-7"} /wp:embed