ଉଦଘାଟିତ ହେଲା ୩୦ତମ ଆନ୍ତଃଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗୀତା , ଅଂଶଗ୍ରହଣ କରିଛନ୍ତି ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ

Published By : Prameya-News7 Bureau | November 06, 2024 IST

କଟକ 06/11:  ଉଦଘାଟିତ ହେଲା ୩୦ ତମ ଆନ୍ତଃଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗୀତା । ଓଡିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଆନୁକୁଲ୍ୟରେ ଆଜି ଠାରୁ କଟକ ସିଡିଏ ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଟେନିସ ପ୍ରତିଯୋଗୀତା ଆରମ୍ଭ ହୋଇଛି। ନଭେମ୍ବର ୬ରୁ ଆରମ୍ଭ ହୋଇ ଆସନ୍ତା ୧୦ତାରିଖରେ ଶେଷ ହେବ। ଆସନ୍ତା ନଭେମ୍ବର ୧୦ ତାରିଖ ଦିନ ଏହି ପ୍ରତିଯୋଗୀତାର ଉଦଯାପନ ଦିବସରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ଟେବୁଲ ଟେନିସ ପ୍ରତିଯୋଗୀତାରେ ୧୯ ଟି ଜିଲ୍ଲା ଓ ୫ ଟି ପ୍ରତିଷ୍ଠାନର ବିଭିନ୍ନ ବର୍ଗରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।  

ଏହି ପ୍ରତିଯୋଗିତାକୁ ଓଡିଶା ସରକାରଙ୍କର ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଉଦଘାଟନ କରିଥିଲେ।  ପ୍ରତିଯୋଗିତାରେ ସଫଳତା  ପାଇଥିବା ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ମିଳିବ। ରାଜ୍ୟରେ ଟେବୁଲ୍ ଟେନିସ ଖେଳାଳିମାନଙ୍କ ମଧ୍ୟରେ କ୍ରୀଡା ଦକ୍ଷତା ବୃଦ୍ଧି କରାଇବା ପାଇଁ ଏହି ପ୍ରତିଯୋଗିତା ବେଶ୍ ସହାୟ ହେବ ବୋଲି କହିଛନ୍ତି ଉଭୟ ସଚିବ ଓ ସଂଘର ସମ୍ପାଦକ।


ଅନ୍ୟପଟେ ଏହି  ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳି ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଅନେକ ଖେଳାଳି ମାନେ ଏକାଧିକ ବାର ଏହି ଆନ୍ତଃଜିଲ୍ଲା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଯଥେଷ୍ଟ ଅଭିଜ୍ଞତା ରଖିଛନ୍ତି। ଯେହେତୁ ୫୦୦ ସହ ପ୍ରତିଯୋଗୀ ଭାଗ ନେଉଛନ୍ତି ସେଥିପାଇଁ ମୁକାବିଲା ଗୁଡ଼ିକ ଚ୍ୟାଲେଞ୍ଜ ରହିବ ବୋଲି କହିଛନ୍ତି ପ୍ରତିଯୋଗୀ। ତେବେ ଆଗାମୀ ଦିନରେ ଟେବୁଲ୍ ଟେନିସ ଖେଳାଳିମାନେ କିପରି ଅଧିକ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଦକ୍ଷ ଟ୍ରେନର ନିଯୁକ୍ତିର ଲକ୍ଷ୍ୟ ରଖିଛି ସଂଘ। 

 Also Read- 'ମୋ ବସ୍' ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.