ଇଂଲଣ୍ଡରେ ୩୭% ଆବଶ୍ୟକତା ଠାରୁ ଅଧିକ ଶିକ୍ଷିତ: ୫ ଜଣରୁ ଜଣଙ୍କ ପାଖରେ ସାମାନ୍ୟ ଶିକ୍ଷାର ଅଭାବ

Published By : Prameya-News7 Bureau | December 11, 2024 IST

INDIATODAY

ନୂଆଦିଲ୍ଲୀ: ବିଶ୍ୱର ବିକାଶଶୀଳ ଦେଶମାନଙ୍କ ତୁଳନାରେ ଇଂଲଣ୍ଡରେ ଅତ୍ୟଧିକ ଯୋଗ୍ୟ କର୍ମଜୀବୀ (ଓଭରକ୍ୱାଲିଫାଏଡ୍ ୱାର୍କର) ଅଛନ୍ତି। ଇକୋନୋମିକ କୋଅପରେସନ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି) ଗବେଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ପାଖାପାଖି ୩୭ ପ୍ରତିଶତ କର୍ମଜୀବୀଙ୍କ ପାଖରେ ଚାକିରି ପାଇଁ ଯେତିକି ଆବଶ୍ୟକ ତା’ଠାରୁ ବି ଅଧିକ ଯୋଗ୍ୟତା ରହିଛି। ଯାହା ଓଇସିଡର ହାରାହାରି ହାର ୨୫ ପ୍ରତିଶତ ଠାରୁ ଅଧିକ। 

ଅର୍ଥନୈତିକ ଆହ୍ୱାନ୍‌ ସୃଷ୍ଟି କରୁଛି ଅତ୍ୟଧିକ ଯୋଗ୍ୟତା

ଅତ୍ୟଧିକ ଯୋଗ୍ୟତା ରଖି କାମ ନ ମିଳିଲେ ହାତାଶା ସୃଷ୍ଟି ହେବା ସହିତ ଏହା ଦେଶର ଅର୍ଥନୈତିକ ସ୍ଥିତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯେଉଁ କର୍ମଜୀବୀମାନେ ଅତିଯୋଗ୍ୟ ସେମାନେ ତାଙ୍କ ସହକର୍ମୀଙ୍କ ତୁଳନାରେ ୧୮ ପ୍ରତିଶତ କମ ଦରମା ପାଉଛନ୍ତି। ଏହି ଅସଙ୍ଗତି ଉତ୍ପାଦକତା ଉପରେ ପ୍ରଭାବ ପକାଇବା ସହିତ ଶ୍ରମ ବଜାରରେ(ଲେବର ମାର୍କେଟ୍) ଅପାରଗତା ବଢାଇଥାଏ। OECD ଶିକ୍ଷା ଏବଂ ଦକ୍ଷତା ବିଭାଗର ନିର୍ଦ୍ଦେଶକ ଆଣ୍ଡ୍ରିଆସ୍ ସ୍କ୍ଲିଚର୍ ଏହା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିକଳ୍ପ ଶିକ୍ଷା ପଥକୁ ଇଂଲଣ୍ଡ ମଜବୁତ କରିବା ଆବଶ୍ୟକ। ସେ ଆହୁରି କହିଛନ୍ତି ଇଂଲଣ୍ଡରେ ଯେଉଁମାନେ ତୃତୀୟ ଧାରାରେ(ଟେର୍ଟିଆରି ଏଡୁକେସନ) ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କର ଦକ୍ଷତା ହ୍ରାସ ପାଉଛି। 

ଗବେଷଣାରେ ଇଂଲଣ୍ଡର ୫ ହଜାର ପ୍ରାପ୍ତ ବୟସ୍କଙ୍କୁ ନିଆଯାଇଥିଲା। ଏଥିରୁ ଆହୁରି ଜଣାପଡ଼ିଥିଲା ଯେ ୫ ଜଣରୁ ଜଣେ ସାମାନ୍ୟ ଶିକ୍ଷା ଏମିତିକ ଗଣନା ଜାଣି ନାହାନ୍ତି। ଯଦିଓ ଓଇସିଡିର ଆଭେରେଜ ଏରିଆରେ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଛି ତଥାପି ସର୍ବନିମ୍ନ ଦକ୍ଷତା ସ୍ତର କିମ୍ବା ତା’ଠାରୁ ଖରାପ ସ୍ଥରରେ ଥିବା ପ୍ରାପ୍ତ ବୟସ୍କଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଧନ୍ଦାମୂଳକ ତାଲିମ ଏବଂ ଶିକ୍ଷା ବିକଳ୍ପକୁ ବିବିଧ କରିବା ଇଂଲଣ୍ଡର କର୍ମଜୀବୀଙ୍କୁ ଅଧିକ କୂଶଳୀ କରାଇପାରିବ। ଦକ୍ଷତା ଭିତ୍ତିକ ଶିକ୍ଷଣ ସହିତ ଉଚ୍ଚଶିକ୍ଷାର ସନ୍ତୁଳନ ଅତ୍ୟଧିକ ଯୋଗ୍ୟତା ହ୍ରାସ କରିବା ସହ ଉତ୍ପାଦନ ବୃଦ୍ଧି କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.