ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ଭାପୁରରେ ଲଜ୍ଜା । ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ । ପ୍ରତିଦିନ ରାତିରେ ଦୁଷ୍କର୍ମ କରୁଥିଲେ ୬-୭ ଯୌନପିଶାଚ । ମାସ ମାସ ଧରି ଗଣଦୁଷ୍କର୍ମ । ପୀଡିତା ଏବେ ୭ମାସର ଗର୍ଭବତୀ । ଗଣମାଧ୍ୟମରେ ଖବର ପ୍ରସାରିତ ପରେ ପୋଲିସର ତନାଘନା । ୪ ଅଭିଯୁକ୍ତ ଗିରଫ, ଏବେବି ଫେରାର୍ ଅନେକ । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୋଲିସକୁ ଦେଇଛନ୍ତି ତ୍ୱରିତ ଆକ୍ସନ ନିର୍ଦ୍ଦେଶ ।
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ନେଇ ସାରା ଦେଶରେ ଥମିନି ଆନ୍ଦୋଳନ । ଢେଙ୍କାନାଳରେ ସବୁ ସୀମା ଟପିଯାଇଛି ସୀମା ଗଣଦୁଷ୍କର୍ମ ଘଟଣା । କୋଲକାତା ଘଟଣାକୁ ନେଇ ଦୋହଲିଯାଇଥିଲା ପଲ୍ଲୀରୁ ଦିଲ୍ଲୀ । ହେଲେ ଭାପୁରର ଏହି ଗଣଦୁଷ୍କର୍ମ ମାମଲା କରିଛି ଆଶ୍ଚର୍ଯ୍ୟଚକିତ । କାରଣ ଜଣେ ନୀରିହ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଯୌନ ପିଶାଚ ।
ରାତି ହେଲେ କାମନା ଲାଳସାରେ ଚାଲିଆସୁଥିଲେ ୬ ରୁ ୭ ଜଣ ଯୁବକ । ସାରା ରାତି ପୀଡିତାଙ୍କୁ ଗଣଦୁଷ୍କର୍ମ ପରେ ଭୋର ହେଲେ ଚାଲିଯାଉଥିଲେ । ଜଣେ ୨୨ ବର୍ଷୀୟା ପୀଡିତାଙ୍କୁ ଘରୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରି ଘଟାଉଥିଲେ ଅମାନୁଷିକ କାଣ୍ଡ । ଏମିତିକି ପୀଡିତା ଜଣଙ୍କ ଅନ୍ତଃସତ୍ତ୍ଵା ପରେ ବି ଛାଡିନଥିଲେ କାମୁକ ରାକ୍ଷସ ।ପ୍ରତିଦିନ ଯୌନ କ୍ଷୁଧା ମେଣ୍ଟାଇବା ଥିଲା ସେମାନଙ୍କ ଏକମାତ୍ର କାମନା ।
ଆହୁରି ଦୁଃଖ ଓ ଯନ୍ତ୍ରଣାଦାୟକ ଥିଲା ପୀଡିତାଙ୍କୁ ପାଗେଳି ଆଖ୍ୟା । ନରପିଶାଚ ମାନଙ୍କ ଅତ୍ୟାଚାର ସଂପର୍କରେ ପୀଡିତା ଜଣଙ୍କ ବାରମ୍ୱାର କିଛି ଗାଁ ଲୋକଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ସେମାନେ ପୀଡିତାଙ୍କୁ ପାଗଳି କହି ଏଡାଇଯାଇଥିଲେ ।ଏପରିକି ସଂପୃକ୍ତ ଦୁଷ୍କର୍ମକାରୀ ଯୁବକଙ୍କ ପରିବାର ଲୋକେ ପୀଡିତାଙ୍କ କଥା ନଶୁଣି ଓଲଟା ଦୂର୍ ଦୂର୍ ମାର୍ ମାର୍ କରିଥିଲେ ।ଅସହାୟ ଯୁବତୀ ବାରମ୍ୱାର ହେଉଥିଲେ ବଳପୂର୍ବକ ଦୁଷ୍କର୍ମର ଶୀକାର ।
କୌଣସି ମତେ ପୀଡ଼ିତାଙ୍କୁ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି ପ୍ରଶାସନ । ନିୟମ ଅନୁଯାୟୀ ପୀଡିତାଙ୍କ କାଉନସେଲିଂ ଚାଲିଛି । ବହୁ ବର୍ଷ ତଳେ ପୀଡିତାଙ୍କ ମା’ଙ୍କ ହୋଇଥିଲା ପରଲୋକ । ପରେ ସମ୍ପର୍କୀୟଙ୍କ ସହ ଜମିବାଡି ବିବାଦକୁ ନେଇ ବାପା ହୋଇଯାଇଥିଲେ ମାନସିକ ରୋଗୀ । ଯାହାର ସୁଯୋଗ ନେଇଥିଲେ ଦୁର୍ବୃତ୍ତମାନେ । ଘଟଣା ପ୍ରଘଟ ହେବା ପରେ ସଦର ଥାନା ପୋଲିସ କିଛି ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି ।
ହେଲେ ଏବେବି ଅନ୍ୟ ଅଭିଯୁକ୍ତଙ୍କ ମିଳିନି ପତ୍ତା । ଏପଟେ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଏସ୍ପିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଲଜ୍ଜା ଓ ଚିନ୍ତାଜନକ ହେଲା ଜଣେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ମାନେ କଠୋର ତମ ଶାସ୍ତି ପାଇବା ଉଚିତ । ଠିକ୍ ସେହିଭଳି ଘଟଣା ଜାଣି ନୀରବ ଥିବା ଲୋକେ ଓ ଅଭିଯୁକ୍ତଙ୍କ ପରିବାର ବି ନୁହଁନ୍ତି ଦୋଷମୁକ୍ତ । ଶିକ୍ଷିତ ସମାଜ ଏମାନଙ୍କୁ କେବେ ବି କ୍ଷମା କରିବ ନାହିଁ