ଜାମ୍ମୁ କାଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି, ୪ ଯବାନ ମୃତ, ୩ ଗୁରୁତର

Published By : Prameya-News7 Bureau | January 04, 2025 IST

India Today

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସେନା ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଖାଇରେ ଖସିପଡ଼ିବାରୁ ୪ ଜଣଙ୍କ ମତ୍ୟୁ ହୋଇଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୩ ଜଣ ଯବାନ ଆହତ ହୋଇଛନ୍ତି । ବାନ୍ଦିପୋରା ଜିଲ୍ଲାର ଉଲୁର ଭ୍ୟୁପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ବାନ୍ଦିପୋରା ଜିଲ୍ଲା ହସ୍ପିଟାଲ ମୁଖ୍ୟ କହିଛନ୍ତି ଡାକ୍ତର ମସରତ ଇକବାଲୀ କହିଛନ୍ତି, ‘ପାଞ୍ଚ ଜଣ ଆହତଙ୍କୁ ହସ୍ପିଟାଲ୍ ଅଣାଯାଇଥିଲା । ହସ୍ପିଟାଲ ଆଣିବା ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ତିନି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଶ୍ରୀନଗର ରେଫର୍ କରାଯାଇଛି ।‘ 

ଖବର ଅନୁସାରେ ସେନା ଗାଡ଼ି ଗୋଟିଏ ଛକରେ ମୋଡ଼ ନେବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଗାଡ଼ିଟି ସିଧା ପାହାଡ଼ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାପରେ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଏହା ପୂର୍ବରୁ ଡିସେମ୍ୱର ୨୪ରେ ଜାମ୍ମୁ କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣା ଘଟିଥିଲା । ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ୩୦୦ ଫୁଟ୍ ଖାଇକୁ ଖସି ପଡ଼ିଥିଲା । ସେହି ଦୁର୍ଘଟଣାରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.