ସେନା ଗାଡ଼ିକୁ ଆଇଡି ଲଗାଇ ଉଡ଼ାଇ ଦେଲେ ନକ୍ସଲ: ୯ ଯବାନ ସହିଦ

Published By : Prameya-News7 Bureau | January 06, 2025 IST

X

ବିଜାପୁର: ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ। ସେନା ଗାଡ଼ିକୁ ଆଇଡି ଲଗାଇ ଉଡାଇ ଦେଲେ ନକ୍ସଲ। ଘଟଣାରେ ୯ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୋମବାର (ଜାନୁଆରୀ ୬) ଛତିଶଗଡ଼ ବିଜାପୁରରେ ଏହି ଆକ୍ରମଣ ହୋଇଛି। 

ମିଳିଥିବା ସୂଚନା ମୁତାବକ କୁଟ୍ରୁ ରୋଡ୍‌ରେ ସେନା ଯବାନ ଗାଡ଼ିରେ ଯାଉଥିବା ବେଳେ ନକ୍ସଲ ପୂର୍ବ ଯୋଜନାମୁତାବକ ଆଇଡି ବିଛାଇଥିଲେ। ଗାଡ଼ି ଉକ୍ତ ରସ୍ତା ଦେଇ ଯିବା ବେଳେ ଭୟଙ୍କର ପିସ୍ଫରୋଣ ହୋଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୮ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ରହିଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଡିଆରଜି ଛତିଶଘଡ଼ ପୁଲିସର ଏକ ୟୁନିଟ। 

ସୁରକ୍ଷାକର୍ମୀମାନେ ଅପରେସନ ସାରି ଫେରୁଥିବା ବେଳେ ବିଦ୍ରେ-କୁଟ୍ରୁ ରୋଡ୍‌ରେ ନକ୍ସଲମାନେ ଆଇଡି ବିଛାଇଥିଲେ। ଠିକଣା ସ୍ଥାନରେ ଗାଡ଼ି ପହଞ୍ଚିଲା ବେଳେ ଆଇଡି ବିସ୍ଫୋରଣ କରିଥିଲା। ଏତିରେ ମାଟି ଭିତରେ ୭ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। 

ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ଛତିଶଗଡର ବସ୍ତରରେ ସୁରକ୍ଷା ବାହିନୀ ଏନ୍‌କାଉଣ୍ଟର କରି ୫ ନକ୍ସଲକୁ ନିହତ କରିଥିଲା। ଶନିବାର (ଜାନୁଆରୀ ୪)ସନ୍ଧ୍ୟା ନାରାୟଣପୁର ଏବଂ ଦାନ୍ତେୱାଡା ଜିଲ୍ଲାର ସୀମାରେ ଥିବା ଦକ୍ଷିଣ ଆବୁଜମାଦର ଏକ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀମାନେ ନକ୍ସଲ ସଫେଇ ପାଇଁ ମିଳିତ ଅପରେସନ କରିଥିଲେ। ଏହାର ଦିନକ ପରେ ନକ୍ସଲମାନେ ଏଭଳି କାଣ୍ଡ ଘଟାଇଛନ୍ତି। 

ଘଟଣା ସମ୍ପର୍କରେ ବସ୍ତର ଆଇଜିପି ସୂଚନା ଦେଇ କହିଛନ୍ତି “ଦାନ୍ତେୱାଡା, ନାରାୟଣପୁର ଏବଂ ବିଜାପୁରର ମିଳିତ ଅପରେସନ ସାରି ସୁରକ୍ଷା କର୍ମୀମାନେ ବେସ କ୍ୟାମ୍ପକୁ ଫେରୁଥିଲେ। ଜାନୁଆରୀ ୨ ତାରିଖ ଅପରାହ୍ନ ପ୍ରାୟ ୨.୧୫ ସମୟରେ ଅଜ୍ଞାତ ମାଓବାଦୀମାନେ ବିଜାପୁର ଜିଲ୍ଲାର କୁଟ୍ରୁ ପୋଲିସ ଷ୍ଟେସନ ଅଞ୍ଚଳରେ ଆମ୍ବେଲି ଗ୍ରାମ ନିକଟରେ ଆଇଡି ବିସ୍ଫୋରଣ କରିଥିଲେ।” ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ କିଛି ସମୟ ପରେ ଦେବୁ ବୋଲି ଆଇଜିପି କହିଛନ୍ତି। 

ଗତ ଦୁଇ ବର୍ଷ ମଧ୍ୟରେ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କର ଏହା ସବୁଠାରୁ ବଡ଼ ଆକ୍ରମଣ। ଏହା ପୂର୍ବରୁ ୨୦୨୩ ଏପ୍ରିଲ ୨୬ ତାରିଖରେ ଦାନ୍ତେୱାଡ଼ା ଜିଲ୍ଲାରେ ଭୟଙ୍କର ଆକ୍ରମଣ କରିଥିଲେ ନକ୍ସଲବାଦୀ। ଏଥିରେ ୧୦ ପୁଲିସ କର୍ମୀଙ୍କ ସମେତ ଜଣେ ଡ୍ରାଇଭରଙ୍କ ଜୀବନ ଯାଇଥିଲା। ସେନା ଯବାନ ଯାଉଥିବା କନଭୟରେ ଏହି ଗାଡ଼ି ତଥିବା ବେଳେ ନକ୍ସଲ ଆଇଡି ବିଛାଇ ଗାଡ଼ି ଉଡ଼ାଇ ଦେଇଥିଲେ। ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣେଦବ ସାଏ ଦୁଃଖ ପ୍ରକାଶ କରିଛନ୍ତି। ସହିଦ ପରିବାରଙ୍କୁ ମୁଁ ସମବେଦନା ଜଣାଉଛି। ସହିଦ ଯବାନଙ୍କ ଆତ୍ମା ଶାନ୍ତି ପାଉ, ଦୁଃଖିତ ପରିବାରକୁ ଭଗବାନ ସାହସ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି “ବସ୍ତରରେ ଚାଲିଥିବା ନକ୍ସଲ ଦମନ ଅଭିଯାନରେ ନକ୍ସଲମାନେ ହାତାଶ ହୋଇଛନ୍ତି ଏବଂ ନିରାଶାରୁ ଏପରି ଭୟଭୀତ କାର୍ଯ୍ୟ କରୁଛନ୍ତି। ସୈନିକମାନଙ୍କ ଶହୀଦ ବୃଥା ହେବ ନାହିଁ, ନକ୍ସଲବାଦକୁ ଶେଷ କରିବା ପାଇଁ ଆମର ସଂଗ୍ରାମ ଦୃଢ଼ ଭାବରେ ଜାରି ରହିବ।” 

ଛତିଶଗଡ ବିଧାନସଭା ବାଚସ୍ପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ କହିଛନ୍ତି ଯେତେବେଳେ ବି ସେମାନଙ୍କ ବିରୁଦ୍ଧରେ ବଡ ଅପରେସନ୍ କରାଯାଏ, ନକ୍ସଲମାନେ ଏହିପରି ଭୟଭୀତ ଆକ୍ରମଣ କରନ୍ତି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସୈନିକମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଗକୁ ବଢ଼ିବ ବୋଲି ରମଣ ସିଂହ କହିଛନ୍ତି। ମିଳିଥିବା ସଦ୍ୟ ଅପଡେଟ ଅନୁସାରେ, ଏନଆଇଏ ଖୁବ୍‌ଶୀଘ୍ର ବିଜାପୁର ଗସ୍ତ କରିପାରେ। ଏହି ଟିମ୍‌କୁ ତୁରନ୍ତ ରାୟପୁର ଏନଆଇଏ ବ୍ରାଞ୍ଚକୁ ପଠାଯିବ। ଏନଆଇଏ ଫୋରେନ୍ସିକ ଟିମ ମଧ୍ୟ ଘଟଣା ସ୍ଥଳରେ ଗସ୍ତ କରିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.