ଭାରତରେ ଏଚଏମପିଭି ଭାଇରସ: ୨ ପଜିଟିଭ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ସରକାର

Published By : Prameya-News7 Bureau | January 06, 2025 IST

indiatoday

ବେଙ୍ଗାଲୁରୁ: ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରସ ଭାରତରେ ପ୍ରବେଶ କରିବା ପରେ ପୁଣି ଚିନ୍ତା ଘାରିଛି। ଭାରତରେ ୩ଟି ପଜିଟିଭି ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ଦୁଇ ଜଣ କର୍ଣ୍ଣାଟକର ବେଙ୍ଗାଲୁରୁରୁ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଗୁଜରାଟ ଅହମଦାବାଦରୁ ଚିହ୍ନଟ ହୋଇଛନ୍ତି। 

ବେଙ୍ଗାଲୁରୁରେ ୨ଟି ପଜିଟିଭି ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଏଚଏମପିଭି ଭାଇରସ ସଂକ୍ରମଣ ରୋକିବାକୁ ଆଡ୍‌ଭାଇଜରି ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ କୋଭିଡ୍ ସମୟରେ ଯେଉଁ ସବୁ ସାବଧାନତା ଅବଲମ୍ବନ କରାଯାଉଥିଲା, ସେହିସବୁ ସାବଧାନାତ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। 

ଆବଶ୍ୟକ ନଥିବା ବେଳେ ବାହାରକୁ ନ ଯିବା, ଭିଡ଼ ଏରିଆ ଠାରୁ ଦୂରେଇ ରହିବା, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବାକୁ କର୍ଣ୍ଣାଟକ ସରକାର ପରାମର୍ଶ ଦେଇଛନ୍ତି। ତା ସହିତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜୁରୁରି ବୋଲି କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ବେଙ୍ଗାଲୁରୁରେ ୮ ମାସର ନବଜାତ ଶିଶୁ ଏବଂ ୩ ମାସର ଏକ ଶିଶୁ କନ୍ୟା ଏଚଏମପିଭି ଭାଇରସର ପଜିଟିଭି ଚିହ୍ନଟ ହୋଇଛନ୍ତି। ତେବେ ଏମାନଙ୍କର କୌଣସି ଅନ୍ତର୍ଜାତୀୟ ଯାତ୍ରା ଷ୍ଟାଟସ ନାହିଁ। ଏମାନେ କେଉଁଆଡ଼େ ବି ଯାଇ ନାହାନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ସୂଚନା ମିଳିଛି। ସେହିପରି ଅହମଦାବାଦରେ ଜଣେ ଦୁଇ ମାସର ଶିଶୁ ଠାରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଛି। ଏକ ଘରୋଇ ହସ୍‌ପିଟାଲ୍‌ରେ ପିଲାଟିର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। 

ଅନ୍ୟପଟେ ଘଟଣାର ଭୟଭୀତ ନ ହେବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଏଚଏମପିଭି ଏକ ନୂଆ ଭାଇରସ ନୁହେଁ, ଏହା ନୂଆ ସଂକ୍ରମଣ ନୁହେଁ ବୋଲି ସରକାର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.