ଜାତିଭିତ୍ତିକ ଜନଗଣନା ରିପୋର୍ଟ: କେଉଁ ବର୍ଗରେ ସରକାରୀ ଚାକିରିଆ ସଂଖ୍ୟା ଅଧିକ ?, କେତେ ଲୋକ ରହୁଛନ୍ତି ରାଜ୍ୟ ବାହାରେ ଜାଣନ୍ତୁ

Published By : Prameya-News7 Bureau | November 07, 2023 IST

ପାଟନା: ବିହାରର ଦ୍ୱିତୀୟ ପର୍ଯ୍ୟାୟ ଜାତିଭିତ୍ତିକ ଜନଗଣନା ସହ ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ବିହାର ବିଧାନସଭାରେ ଉପସ୍ଥାପିତ ହୋଇଛି। ରିପୋର୍ଟ ଅନୁସାରେ, ବିହାରର ବାସିନ୍ଦାଙ୍କ ମଧ୍ୟରୁ ଏକ ତୃତୀୟାଂଶ ପରିବାର ଗରିବ ସୀମାରେଖା ତଳେ ରହୁଛନ୍ତି। ଯାହାଙ୍କର ମାସକୁ ରୋଜଗାର ମାତ୍ର ୬ ହଜାର ଟଙ୍କା ବୋଲି ବିଧାନସଭାରେ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ, ବିହାରର ୪୨ ପ୍ରତିଶତ ଅନୁସୂଚିତ ଜାତିର ପରିବାର ଗରିବ ଶ୍ରେଣୀରେ ଯାଉଥିବା ବେଳେ ସାଧାରଣ ବର୍ଗରେ ମାତ୍ର ୨୫ ପ୍ରତିଶତ ଗରିବ। ସେହିପରି ବିହାରର ୪୨.୭୦ ଅନୁସୂଚିତ ଜନଜାତି ପରିବାର ଏବେ ବି ଗରିବ ସୀମା ରେଖା ତଳେ ରହୁଛନ୍ତି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ୩୩.୧୬ ପ୍ରତିଶତ ପଛୁଆ ବର୍ଗ ଏବଂ ୩୩.୫୮ ପ୍ରତିଶତ ଅତି ପଛୁଆ ବର୍ଗ ଗରିବ ଶ୍ରେଣୀରେ ଆସୁଛନ୍ତି। ରାଜ୍ୟର ଭୂମିହାର୍ସରେ ସର୍ବାଧିକ ଦାରିଦ୍ର(୨୭.୫୮) ରହିଛି ବୋଲି ଜଣାପଡ଼ିଛି।  

ସାଧାରଣ ବର୍ଗରେ ସରକାରୀ ଚାକିରି

ବିହାର ସର୍ଭେ ରିପୋର୍ଟ ଅନୁସାରେ, ସାଧାରଣ ବର୍ଗର ୬ ଲକ୍ଷ ଲୋକ ସରକାରୀ ଚାକିରି କରୁଛନ୍ତି। ଯାହା ରାଜ୍ୟରେ ମୋଟ ଜନସଂଖ୍ୟାର ମାତ୍ର ୩.୧୯ ପ୍ରତିଶତ। ତେବେ ଭୂମିହାର୍ସରେ ସର୍ବାଧିକ ସରକାରୀ ଚାକିରି ୪.୯୯ ପ୍ରତିଶତ ରହିଛି। ରାଜ୍ୟରେ ୩.୬୦ ପ୍ରତିଶତ ବ୍ରାହ୍ମଣ ସରକାକୀର ଚାକିରିରେ ରହିଛନ୍ତି। ସେହିପରି ରାଜ୍ୟରେ ରାଜପୁତ ଓ କାୟସ୍ତ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଯଥାକ୍ରମେ ୩.୮୧ ଓ ୬.୬୮ ପ୍ରତିଶତର ସରକାରୀ ଚାକିରି କରିଛନ୍ତି।

ସେହିପରି ମୁସ୍ଲିମ ସମ୍ପ୍ରଦାୟରେ ଶେଖ କମ୍ୟୁନିଟିର ୩୯,୫୯୫ ଲୋକ ସରକାରୀ ଚାକିରି କରିଛନ୍ତି। ଯାହା ୦.୭୯ ପ୍ରତିଶତ। ସେହିପରି ପଠାନ ୧୦,୫୧୭, ଯାହା ମୋଟ ସମ୍ପ୍ରଦାୟର ୧.୦୭ ପ୍ରତିଶତ। ସେହିପରି ବିହାରର ସୟଦ ସମ୍ପ୍ରଦାୟରେ ୭,୨୩୧ ସରକାରୀ ଚାକିରି କରିଛନ୍ତି।

ପଢ଼ନ୍ତୁ-ଛତିଶଗଡ଼ରେ ଭୋଟିଂ ବେଳେ ସୁକମା ଓ କାଙ୍କେରରେ ସଂଘର୍ଷ, କିଛି ନକ୍ସଲଙ୍କ ମୃତ୍ୟୁ ଆଶଙ୍କା

ପଛୁଆ ବର୍ଗରେ ସରକାରୀ ଚାକିର ସ୍ଥିତି

ବିହାର ଜାତିଭିତ୍ତିକ ଜନଗଣା ରିପୋର୍ଟ ଅନୁସାରେ, ପଛୁଆ ବର୍ଗର ୬,୨୧,୪୮୧ ଲୋକ ସରାକାରୀ ଚାକିରି କରିଛନ୍ତି। ଯାହା ବିହାର ମୋଟ ପଛୁଆ ବର୍ଗ ଜନସଂଖ୍ୟାର ୧.୭୫ ପ୍ରତିଶତ। ଯାଦବ ସମ୍ପ୍ରଦାୟରୁ ପାଖାପାଖି ୨,୮୯,୫୩୮ ଲୋକ ସରକାରୀ ଚାକିରି କରୁଛନ୍ତି। ଯାହା ୧.୫୫ ପ୍ରତିଶତ। ସେହିପରି କୁଶୱାହ ସମ୍ପ୍ରଦାୟରୁ ୨.୦୪ ପ୍ରତିଶତ, କୁର୍ମୀରୁ ୩.୧୧ ପ୍ରତିଶତ, କୁଶୀ ଶ୍ରମିମକ ୧.୯୬ ପ୍ରତିଶଥ, ସୁରଜପୁରୀ ମୁସ୍‌ଲିମ ୦.୬୩ ପ୍ରତିଶତ, ୪.୨୧ ପ୍ରତିଶତ ଭାନ୍ତ ଏବଂ ୧.୩୯ ପ୍ରତିଶତ ମଲ୍ଲିକ ମୁସ୍ଲିମ ସରକାରୀ ଚାକିରିରେ ଅଛନ୍ତି।

ବିହାର ବାସସ୍ଥାନ ସ୍ଥିତି
ରାଜ୍ୟର ୫୦ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ରହୁଛନ୍ତି। ରୋଜଗାର ପାଇଁ ୪୬ ଲକ୍ଷ ଲୋକ ରହୁଥିବା ବେଳେ ୨.୧୭ ଲକ୍ଷ ଲୋକ ବିଦେଶରେ ଚାଷାବାଷ କିମ୍ବା ବ୍ୟବସାୟ ପାଇଁ ରହୁଛନ୍ତି। ସେହିପରି ପାଠପଢ଼ା ପାଇଁ ୫.୫୧ ଲକ୍ଷ ବାହାରେ ରହୁଥିବା ବେଳେ ୨୭ ହଜାର ବିଦେଶରେ ରହୁଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ବିହାରରେ ପ୍ରାରମ୍ଭିକ ଜନଗଣନା ରିପୋର୍ଟ ପ୍ରକାଶ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.