ପୂର୍ବ ଶତ୍ରୁତାରୁ ଗାଁରେ ବୋମାମାଡ, ୫ ଆହତ, ପୋଲିସ ମୁତୟନ

Published By : Prameya-News7 Bureau | July 02, 2024 IST

ଆଠଗଡ ୦୨/୦୭: କଟକ ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ । ଗାଁରେ ଫୁଟିଲା ବୋମା ପୋଲିସ ମୁତୟନ । ମଙ୍ଗଳବାର ରାତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର ବୋମା ମାଡ଼ ହୋଇଥିଲା । କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଗାଁରେ ପୋଲିସ ମୁତୟନ ହୋଇଛନ୍ତି । 

ହୋଲି ଦିନରେ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଗୋଟିଏ ଗୋଷ୍ଠୀ ଗାଁରେ ବୋମାମାଡ କରିଥିବା ପୋଲିସ୍ ପକ୍ଷରୁ ସୂଚନା । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । 

ସୁଚନା ଥାଉକି ପୂର୍ବରୁ ହୋଲି ଦିନ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚଜଣ ଆହାତ ହୋଇଥିଲେ। ସଂଘର୍ଷରେ ଭୋଗଡାର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହାତ ହୋଇଥିଲେ । 

ଘଟଣା ସ୍ଥଳରେ ଆଠଗଡ଼ ଏସଡିପି ଓ ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ତିଗିରିଆ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ଗାଁରେ  ପୋଲିସ ଫୋର୍ସ ମୃତ୍ତୟନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.