କାନ୍ଥରୁ ଲିଭିନି ଝୋଟି, ହାତରୁ ଲିଭିନି ମେହେନ୍ଦୀ ; ଯୌତୁକ ଜୁଇରେ ଜଳିଗଲେ ନବବଧୂ !

Published By : Prameya-News7 Bureau | July 04, 2024 IST

ବାସୁଦେବପୁର ୦୪।୦୭ : କାନ୍ଥରୁ ଲିଭିନି ଝୋଟି, ହାତରୁ ଲିଭିନି ମେହେନ୍ଦୀ । ଆତ୍ମହତ୍ୟା କରିଲେ ନବବଧୂ ।  ଯୌତୁକ ଜୁଇରେ ଜଳିଗଲା ଜୀବନ। ହତ୍ୟା ନେଇ ପରିବାର ପକ୍ଷରୁ ଥାନାରେ ହୋଇଛି ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ରଥପଦା ଗାଁରୁ ଆସିଛି ଏପରି ଦୁଃଖଦ ଖବର । 

ଖବର ଅନୁଯାୟୀ, ରଥାପଦା  ଗ୍ରାମରେ ନାଥବୈରାଗୀ ଦାସ ବେହେରାଙ୍କ ପୁଅ ବିରୁପାକ୍ଷ ଦାସ ବେହେରାଙ୍କୁ ରାଜଘାରପୋଖରୀ ଗାଁ ନକୁଳ ମହାନ୍ତିଙ୍କ ଝିଅ ମାନସୀକୁ ବିବାହ କରିଥିଲେ । ଉଭୟ ଉଭୟଙ୍କୁ ଭଲ ପାଇ ବିବାହ କରିଥିଲେ। ଦୁଇ ମାସ ତଳେ ବିରୁପାକ୍ଷଙ୍କ ପରିବାର ଲୋକେ ଉଭୟଙ୍କ ବିବାହ ସୋରର ଏକ ମନ୍ଦିରରେ କରିଥିଲେ। ବିରୁପାକ୍ଷ ନିଜର ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ରୋଜଗାର ପାଇଁ ଚାଲିଯାଇଥିଲେ।ହେଲେ ମଙ୍ଗଳବାର ରାତିରେ ମାନସୀ ପରିବାର ଲୋକଙ୍କ ପାଇଁ ରୋଷେଇ କରି ନିଜ ଶୋଇବା ଘରକୁ ଚାଲିଯାଇଥିଲା। ପରିବାର ଲୋକେ କବାଟ ବାଡେଇ ଡ଼ାକିବ ସହିତ ଝରକାରେ ମାନସୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ମାନସୀକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। 

ସେପଟେ ଖବର ପାଇ ମାନସୀଙ୍କ ପରିବାର ଲୋକେ ପହଞ୍ଚି ବିରୁପାକ୍ଷ ଓ ତାର ମାଆ ତାକୁ ଯୌତୁକ ପାଇଁ ମାରିଦେଇଥିବା ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର ମଧ୍ୟ୍ୟରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଝିଅକୁ ଯୌତୁକ ପାଇଁ ମାରିଦେଇଥିବା ଝିଅର ମାଆ ଥାନାରେ ଅଭିଯୋଗ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.