ବ୍ରାଉନ୍‌ସୁଗାର କାରବାରରେ ସଞ୍ଜୟ ନାୟକ ଗିରଫ, ପୂର୍ବରୁ ୪ ଥର ହୋଇଥିଲେ ବନ୍ଧା

Published By : Prameya-News7 Bureau | July 04, 2024 IST

ଭୁବନେଶ୍ୱର ୦୪।୦୭ : ଥମୁନି ଧଳାଜହର କାରବାର । ରାଜଧାନୀରୁ ପୁଣି ବ୍ରାଉନ୍‌ସୁଗାର ଜବତ ହୋଇଛି।ଏହି ଘଟଣାରେ ଅବକାରୀ ବିଭାଗ ବ୍ରାଉନ୍‌ସୁଗାର ବେପାରୀ ସଞ୍ଜୟ ନାୟକକୁ ଗିରଫ କରିଛି । 

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଅବକାରୀ ବିଭାଗ ସଞ୍ଜୟ ନାୟକ ଉପରେ ନଜର ରଖିଥିଲା ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଅଭିଯୋଗ ଆସିବା ପରେ ରଖିଥିଲା ନଜର । ଏହିପରିକି ପୂର୍ବରୁ ମଧ୍ୟ ବ୍ରାଉନ୍‌ସୁଗାର ବେପାର ଅଭିଯୋଗରେ ୪ ଥର ଗିରଫ ହୋଇଥିଲେ । ଆଉ ଏବେ ପୁଣି ଥରେ ଗିରଫ ହୋଇଛନ୍ତି ସଞ୍ଜୟ ନାୟକ । ଭୁବନେଶ୍ୱର ଅବକାରୀ ବିଭାଗ ସଞ୍ଜୟଙ୍କୁ ଗିରଫ କରିଛି । ତେବେ କେତେ ପରିମାଣର ବ୍ରାଉନ୍‌ସୁଗାର ଜବତ ହୋଇଛି । ସେନେଇ ସଠିକ୍‌ ସୂଚନା ମିଳିନାହିଁ ।   

 

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.