LPGରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ; ନଭେମ୍ବର ୧ରୁ ହେବ ୬ ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ପ୍ରଭାବ

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ଆରମ୍ଭ ହେବ ନଭେମ୍ବର।  ପ୍ରତି ମାସ ପରି ନଭେମ୍ବରରେ ବି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।  ଯାହା ଆମର ଦୈନନ୍ଦୀନ ଜୀବନରେ ପ୍ରଭାବ ପକାଇଥାଏ। ନଭେମ୍ବର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧ରୁ ହିଁ ଏହି ନିୟମ ଲାଗୁ ହେବ। ଆଉ ଏହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବ। ଏଥିରେ LPG ସିଲିଣ୍ଡର ସହ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ହେଉଛି। ଆସନ୍ତୁ ନଜର ପକାଇବା ଏହି ବଡ଼ ପରିବର୍ତ୍ତନ ଉପରେ।  

LPG ସିଲିଣ୍ଡର ଦାମ୍-  ପ୍ରତି ମାସର ପ୍ରଥମ ଦିନରେ ପେଟ୍ରୋଲିଅମ୍ କମ୍ପାନୀ ଗ୍ୟାସ୍ ସିଲିଣ୍ଡର୍ ଦାମରେ ପରିବର୍ତ୍ତନ କରି ନୂଆ ରେଟ୍ ଜାରି କରିଥାନ୍ତି। ନଭେମ୍ବର ୧ରୁ ଏହି ଦାମରେ ସଂଶୋଧନ ଦେଖିବାକୁ ମିଳିପାରେ। ଲୋକମାନେ ରୋଷେଇ ସିଲିଣ୍ଡର ଦାମ୍ ହ୍ରାସ ହେବା ଆଶା କରିୁଛନ୍ତି।  ଯାହାର ଦାମ ଅନେକ ଦିନ ଧରି ସ୍ଥିର ରହିଛି। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ କଥା କହିଲେ,  ଜୁଲାଇ ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ ଏହା ପରେ ଲଗାତାର ତିନି ମାସ ଧରି ଏହା ବୃଦ୍ଧି ପାଉଛି।  ତେଣୁ ଏଥିରେ ପରିବର୍ତ୍ତନ ଆଶା କରାଯାଉଛି। 

ATF ଏବଂ CNG-PNG -  ତୈଳ ବିପଣନ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରନ୍ତି।  ଏହା ସହିତ CNG-PNG ବ୍ୟତୀତ ଏୟାର ଟର୍ବାଇନ ଇନ୍ଧନ (ଏଟିଏଫ) ର ମୂଲ୍ୟ ମଧ୍ୟ ସଂଶୋଧିତ ହୁଏ।   ଗତ କିଛି ମାସ ମଧ୍ୟରେ ବାୟୋ ଇନ୍ଧନର ମୂଲ୍ୟରେ ହ୍ରାସ ଘଟିଛି ଏବଂ ଏଥର ମଧ୍ୟ ମୂଲ୍ୟ ହ୍ରାସ ହେବାର ଆଶା କରାଯାଉଛି। ଏହା ବ୍ୟତୀତ CNG ଏବଂ PNG ମୂଲ୍ୟରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। 

SBI କ୍ରେଡିଟ୍ କାର୍ଡ ନିୟମ - ତୃତୀୟ ପରିବର୍ତ୍ତନ ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ସହିତ ଜଡିତ ।  ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୧ରୁ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ  କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି।  ୧ ରୁ ଆପଣଙ୍କୁ ଅନସେଫ SBI କ୍ରେଡିଟ୍ କାର୍ଡ ଉପରେ ପ୍ରତି ମାସରେ ୩.୭୫ ଟଙ୍କା ଚାର୍ଜ ଦେବାକୁ ପଡିବ ।  ଏହା ବ୍ୟତୀତ ବିଦ୍ୟୁତ୍, ଓ୍ଵାଟର ବିଲ୍, ଏଲପିଜି ଗ୍ୟାସ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବାରେ ୫୦,୦୦୦ ରୁ ଅଧିକ ଟଙ୍କା ଦେୟ ଉପରେ ଏକ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ।

ମ୍ୟୁଚୁଆଲ୍ ଫଣ୍ଡ୍- ମାର୍କେଟ ରେଗୁଲେଟର SEBI ମ୍ୟୁଚୁଆଲ ଫଣ୍ଡରେ ବାଣିଜ୍ୟର ନିୟମକୁ କଡାକଡି କରିବାକୁ ପ୍ରସ୍ତୁତି ଚଳାଇଛି। ଏହା ନଭେମ୍ବର ପ୍ରଥମରୁ କାର୍ଯ୍ୟକାରୀ ହେବ । ଯଦି ନୋମିନି କିମ୍ବା ତାଙ୍କ ସଂପର୍କୀୟ ୧୫ ଲକ୍ଷ ଟ୍ରାଞ୍ଜାକ୍ସନ କରନ୍ତି ତେବେ ତାଙ୍କୁ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। 

TRAIର ନୂତନ ନିୟମ - ପଞ୍ଚମ ପରିବର୍ତ୍ତନ ଟେଲିକମ୍ କ୍ଷେତ୍ର ସହିତ ଜଡିତ ଏବଂ ଏହି ନୂଆ ନିୟମ ନଭେମ୍ବର ୧ରୁ କାର୍ଯ୍ୟକାରୀ ହେବ ।  ମେସେଜ୍ ଟ୍ରାସେବିଲିଟି କାର୍ଯ୍ୟକାରୀ କରିବାକୁ ସରକାର JIO, ଏୟାରଟେଲ ସମେତ ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଟେଲିକମ୍ କମ୍ପାନୀଗୁଡ଼ିକୁ ସ୍ପାମ୍ ନମ୍ବର ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି ହେଲେ ଗ୍ରାହକଙ୍କ ନିକଟକୁ ମେସେଜ ପହଞ୍ଚିବା ପୂର୍ବରୁ ଏହା ସ୍ପାମ ତାଲିକାକୁ ଚାଲିଯିବ ଏବଂ ଗ୍ରାହକଙ୍କୁ ଯେଉଁ ନମ୍ବରରୁ ମେସେଜ ଆସିଛି ଉକ୍ତ ନମ୍ବରକୁ ବ୍ଲକ କରି ହେବ। 

ବ୍ୟାଙ୍କରେ ୧୩ ଦିନ ବନ୍ଦ- ନଭେମ୍ବରରେ ପର୍ବ,  ସାଧାରଣ ଛୁଟି ଓ ବିଧାନସଭା ନିର୍ବାଚନ ହେତୁ ବ୍ୟାଙ୍କଗୁଡିକ ବିଭିନ୍ନ ସମୟରେ ବନ୍ଦ ରହିବ। ନଭେମ୍ବରରେ ସମୁଦାୟ ୧୩ ଦିନ ବ୍ୟାଙ୍କ ଛୁଟି ହେବ ।  ବ୍ୟାଙ୍କ ଛୁଟିଦିନରେ, ଆପଣ ବ୍ୟାଙ୍କଗୁଡିକର ଅନଲାଇନ୍ ସେବା ବ୍ୟବହାର କରି ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ଏବଂ କାରବାର କରି କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.