ସାରା ଦେଶରେ ଧୂମଧାମ୍‌ରେ ପାଳନ କରାଯାଉଛି ଆଲୋକର ପର୍ବ, ଇସ୍ରାଏଲ୍ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ସନ୍ଦେଶରୁ ଶୁଭେଚ୍ଛା ବାର୍ତ୍ତା

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ଆଲୋକର ପର୍ବ ଦୀପାବଳିକୁ ଧୂମଧାମରେ ପାଳନ କରାଯାଉଛି । ଦୁନିଆର ଅନେକ ଦେଶର ନେତା ଏଥିପାଇଁ ସୋସିଆଲ୍ ମିଡିଆରେ ନିଜ ଶୁଭେଚ୍ଛା ଜଣାଉଛନ୍ତି । ଏଥିରେ ଇସ୍ରାଏଲ୍, ବ୍ରିଟେନ, ୟୁଏଇ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ସାମିଲ ଅଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, 'ସାରା ବ୍ରିଟେନରେ ଦୀପାବଳି ପାଳନ କରାଯାଉଛି । ମୋ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ।' ସେହିପରି ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ ରାଶିଦ ୟୁଏଇ ଏବଂ ଦୀପାବଳି ପାଳନ କରୁଥିବା ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ମଧ୍ୟ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ଅଲବାନିଜ ଏକ୍ସରେ ପୋଷ୍ଟରେ ଲେଖି ସମସ୍ତଙ୍କୁ ଆଲୋକର ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଇସ୍ରାଏଲର ବିଦେଶ ମନ୍ତ୍ରୀ କ୍ୟାଟ୍‌ଜ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । କ୍ୟାଟ୍‌ଜ ଏକ୍ସରେ ଲେଖିଛନ୍ତି, 'ମୋର ବନ୍ଧୁ ଏସ୍.ଜୟଶଙ୍କର, ମୁଁ ଆପଣ ଏବଂ ଭାରତର ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି । ଇସ୍ରାଏଲ୍ ଏବଂ ଭାରତ ଗଣତନ୍ତ୍ର, ସ୍ୱାଧୀନତା ଏବଂ ଉଜ୍ଜ୍ୱଳ ଭବିଷ୍ୟତର ଦୃଷ୍ଟିକୋଣ ସେୟାର କରନ୍ତି ।' ସେ ଲେଖିଛନ୍ତି, 'ଆଲୋକର ପର୍ବ ଆମ ସମସ୍ତଙ୍କ ପାଇଁ ଖୁସୀ, ସମୃଦ୍ଧି ଏବଂ ଶାନ୍ତି ଆଣୁ ।'

ଆଲୋକର ପର୍ବ ଦୀପାବଳି ଭାରତରେ ପାଳନ ହେଉଥିବା ପର୍ବଗୁଡ଼ିକ ମଧ୍ୟରେ ବେଶ ଗୁରୁତ୍ୱ ରଖେ, ଖାସ୍ କରି ହିନ୍ଦୁଙ୍କ ପାଇଁ । ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀ ରାମ ଲଙ୍କା ଉପରେ ବିଜୟ ଲାଭ କରିବା ପରେ ମାଆ ସୀତାଙ୍କୁ ଧରି ଏହି ଦିନ ଅଯୋଧ୍ୟା ଫେରିଥିଲେ । ଭଗବାନ ରାମ ଅଯୋଧ୍ୟା ପହଞ୍ଚିବା ପରେ ଲୋକେ ଦୀପ ପ୍ରଜ୍ୱଳନ କରି ସ୍ୱାଗତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.